ଡିଫାଇନ କଳାହାଣ୍ଡିର ସାଧାରଣ ବୈଠକ ; ସମୃଦ୍ଧ କଲମପୁର ଗଠନ ପାଇଁ ଆମ ସଂକଳ୍ପ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଲମପୁର ବ୍ଲକର ବଡକୁଟୁରୁ କାଲେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ‘ଡିଫାଇନ’ କଳାହାଣ୍ଡିର ଏକ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଡିଫାଇନ କଳାହାଣ୍ଡିର ମୁଖ୍ୟ ମଧୁସୂଦନ ମହାନ୍ତି ଏହି ବୈଠକରେ ଯୋଗ ଦେଇଥିଲେ। ଏହି କ୍ରମରେ ଶ୍ରୀମହାନ୍ତି ଉଦବୋଧନ ଦେଇଥିଲେ ଯେ’ ଆଗମୀ ତ୍ରିସ୍ତରୀୟ ନିର୍ବାଚନ ଓ ନିକଟରେ ହେବାକୁ ଥିବା ଜୟପାଟଣା ଏନଏସି ନିର୍ବାଚନରେ ‘ଡିଫାଇନ’ କଳାହାଣ୍ଡି ନିଜର ପ୍ରାର୍ଥୀ ଦେବାକୁ କହିଥିଲେ। ଏଥିପାଇଁ ସଂଗଠନର କର୍ମକର୍ତ୍ତା ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଏବଂ ଆପଣଙ୍କ ହିଁ ଡିଫାଇନ କଳାହାଣ୍ଡିର ପ୍ରାର୍ଥୀ ଚୟନ କରିବେ ବୋଲି ମଧ୍ୟ କହିଥିଲେ। ଆହୁରି ମଧ୍ୟ କହିଯେ ଏହି ଅଞ୍ଚଳ ପୂର୍ବରୁ ଯେମିତି ଅବହେଳିତ ଥିଲା ଆଜି ମଧ୍ୟ ସମାନ ଅବସ୍ଥାରେ ରହିଛି। ତେଣୁ ଉପଯୁକ୍ତ ନେତା ବାଛିବା ଯିଏ ସାଧାରଣ ଲୋକଙ୍କ ନେତା ହୋଇ ସମସ୍ୟା ପ୍ରତି ଦୃଷ୍ଟି ଦେବ, ନିର୍ବାଚନ ସମୟରେ ଆପଣ ମାନଙ୍କ ବହୁମୂଲ୍ୟ ଭୋଟ ଶହେ ଦୁଇ ଶହ କିମ୍ୱା ପଞ୍ଚଶହ ଟଙ୍କାରେ ବିକ୍ରି କରନ୍ତୁ ନାହିଁ, ନଚେତ୍ ପାଞ୍ଚ ବର୍ଷ ପାଇ ପସ୍ତେଇବେ ବୋଲି କହିଥିଲେ। ତେଣୁ ଭୋଟେ ଦେବା ଆଗରୁ ଥରେ ଚିନ୍ତା କରିବେ ଯିଏ ସାମଗ୍ରୀକ ବିକାଶ କରି ପାରିବ ସେଭଳି ଲୋକଙ୍କୁ ଚୟନ କରିବେ, ଆମ ସମସ୍ତଙ୍କ ଲକ୍ଷ ହେଉଛି ସମୃଦ୍ଧ କଲମପୁର ଗଠନ। ସେଥିପାଇଁ ଆପଣ ମାନେ ହିଁ ଏହି ଲଢ଼େଇ ର ଜଣେ ଜଣେ ଯୋଦ୍ଧା ବୋଲି ଉଦବୋଧନ ଦେଇଥିଲେ। ଏହି ବୈଠକରେ କଲମପୁର ଜିଲ୍ଲା ପରିଷଦ ଜୋନ୍ -୧ ର ବିଭିନ୍ନ ଗ୍ରାମରୁ ଲୋକେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମକୁ ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ସଂଯୋଜନା କରିଥିଲେ।