ଟାଙ୍ଗରସାହୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବୀରମହାରାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦିପ ପଧାନ) :   ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଟାଙ୍ଗରସାହୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୀରମହାରାଜପୁର ଏସ୍ଡିପିଓ ହେମନ୍ତ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବୀରମହାରାଜପୁର ମହିଳା ମହାବିଦ୍ୟାଳୟର ଅଧ୍ଯକ୍ଷ ଆଶୁତୋଷ ହୋତା ମୁଖ୍ୟବକ୍ତା, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସିଆର୍ ସିସି ଚକାବର ନାରାୟଣ ବେହେରା,   ଏସଏମସି ପ୍ରେସିଡେଣ୍ଟ ଦେବାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସ୍ବାଗତ ଭାଷଣ ଉମାଶଙ୍କର ପୂଜାହାରୀ ପ୍ରଦାନ  କରିଥିବାବେଳେ    ବୀବରଣୀ ପଠନ ଶରତ ଚନ୍ଦ୍ର ସାହୁ, ଧନ୍ସୟବାଦ ଅର୍ପଣ  ନ୍ତୋଷିନି ଷଡଙ୍ଗୀ ଦେଇଥିଲେ। ଅମିତ କୁମାର ପ୍ରଶାୟତ, ଶିବ ସାଗର ସେଠ୍, ସନ୍ତୋଷିନି ଗରତିଆ ଏବଂ ଅଭିନନ୍ଦନ ପୂଜାହାରୀ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିବା ପ୍ରତିଯୋଗୀ ମାନଙ୍କୁ ପୂରଷ୍କ୍ରୁତ କରାଯାଇ ଥିଲା। ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା।