ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଲକ୍ଷ୍ମୀ ବିକାଶ ଉଚ୍ଚ ମହାବିଦ୍ୟାଳୟ, ଭବାନୀପାଟଣାର ଆୟୋଜନରେ ବହୁପ୍ରତୀକ୍ଷିତ ବିଶାଳ ଟେକ୍ ଫେଷ୍ଟ ଭି ଫେଷ୍ଟ ୪.୦,୨୬ ଫେବୃଆରୀ ୨୦୨୬ ତାରିଖରେ ଭବ୍ୟ ଭାବେ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ୍ ଡି. ନାଗେଶ୍ୱର ରାଓ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ.ସନ୍ଦୀପ୍ତ କୁମାର ନାୟକ, ଡିନ୍, ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ଉପସ୍ଥିତ ରହି ତାଙ୍କ ମୁଖ୍ୟ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ବହୁମୁଖୀ ପ୍ରତିଭା ବିକାଶ ଓ ନବୋନ୍ମେଷମୂଳକ ଚିନ୍ତାଧାରା ଅପନାଇବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏଲ୍ଭିଜିଆଇର ନିର୍ଦ୍ଦେଶକ ଡି. ଶ୍ୟାମ,ଡି. ରାମ କୁମାର, ଏକାଡେମିକ୍ ଇନ୍ଚାର୍ଜ୍ ଡି. ବିଜୟା,ପରିଚାଳନା ମଣ୍ଡଳୀ ସଦସ୍ୟା ଡି. ପଦ୍ମିନୀ ସହ ସମସ୍ତ ଅଧ୍ୟକ୍ଷ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ କରିଥିଲେ। ୨୬ ରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଏହି ଉତ୍ସବରେ ପୋଷ୍ଟର ପ୍ରଦର୍ଶନୀ (ଭଏସ୍ ଫର୍ ଚେଞ୍ଜ୍), ପାୱାରପଏଣ୍ଟ ପ୍ରଦର୍ଶନୀ (ସ୍ଲାଇଡ୍ ଟୁ ସକ୍ସେସ୍), ଷ୍ଟାର୍ଟଅପ୍ ପ୍ରଦର୍ଶନୀ, ମଡେଲ୍ ପ୍ରଦର୍ଶନୀ ସହ ବିଭିନ୍ନ ଖେଳକୁଦ ଓ ଟେକ୍ ପ୍ରତିଯୋଗିତା ଆୟୋଜିତ ହେଉଛି। ହ୍ୟାକାଥନ୍ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ରୋହିତ କୁମାର ସାହୁ, ପ୍ରିନ୍ସ ଭତ୍ରା, ବିଶ୍ୱମୋହନ ସିଂହ, ପ୍ରିୟାଂଶୁ ଶେଖର ବିଡିକା, ଆକାଶ ଖରସେଲ ଏବଂ ନିଗମାନନ୍ଦ ନାୟକ ଏହି ସମସ୍ତଙ୍କୁ ବ୍ରେନ୍ ଓ ଭିଜନ୍ କମ୍ପାନୀ ପକ୍ଷରୁ ଇଣ୍ଟର୍ନଶିପ୍ ଅଫର୍ ଲେଟର୍ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। କ୍ରୀଡା କ୍ଷେତ୍ରରେ ଆଲୋକ କୁମାର ରାୟ ଇଣ୍ଟର କଲେଜ୍ ଡିସ୍କସ୍ ଥ୍ରୋରେ ପ୍ରଥମ ଓ ଶଟ୍ପୁଟ୍ରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆୟୁଷ ମିଶ୍ର ଇଣ୍ଟର ୟୁନିଭର୍ସିଟି କ୍ରିକେଟ୍ ପାଇଁ ଚୟନିତ ହୋଇଥିବାବେଳେ ମୁସ୍କାନ ଛତ୍ରିଆ ମହିଳା ଖୋ-ଖୋ ଓ ରାଜବୀର ସିଂହ ପୁରୁଷ ଖୋ-ଖୋ ଦଳରେ ଚୟନିତ ହୋଇଥିଲେ। ଆୟୁଷ ଭତ୍ରା ରାଜ୍ୟସ୍ତରୀୟ ଇଣ୍ଟର ୟୁନିଭର୍ସିଟି ସାହିତ୍ୟ–ସାଂସ୍କୃତିକ ସମ୍ମିଳନୀରେ ଇଂରାଜୀ କାହାଣୀ ଲେଖନ ପାଇଁ ଚୟନିତ ହୋଇଥିଲେ। ସେହିପରି ଜୟିତା ଜାନା, ସୋନାଲ ଅଗ୍ରୱାଲ ଓ ସିଦ୍ଧାର୍ଥ ରଞ୍ଜନ ଦାସ ବିଜୟବାଡାରେ ଆୟୋଜିତ ଜାତୀୟ ସ୍ତରୀୟ ହ୍ୟାକାଥନ୍ ମାଇଣ୍ଡ ସ୍ପିରିଟ୍ ୨୦୨୫ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ସମ୍ମାନିତ ହୋଇଥିଲେ। ତିନି ଦିନ ଧରି ଉତ୍ସବରେ ବିଭିନ୍ନ କ୍ରୀଡା, ଅନଲାଇନ୍ ଗେମିଂ ପ୍ରତିଯୋଗିତା ଓ ଖାଦ୍ୟ ଉତ୍ସବ ଆୟୋଜିତ ହେବ। ସାଂସ୍କୃତିକ ସନ୍ଧ୍ୟାରେ ରାଇପୁରର ପ୍ରସିଦ୍ଧ ପଜ୍ ବ୍ୟାଣ୍ଡ ଓ ଲୋକପ୍ରିୟ ସମ୍ବଲପୁରୀ ଗାୟକ ଅଙ୍କିତ ରାଜ ତାଙ୍କ ଦଳ ସହ ମନୋରଞ୍ଜକ ପ୍ରଦର୍ଶନ କରିବେ। ଅନୁଷ୍ଠାନର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କର ସମୂହିକ ପ୍ରୟାସରେ ଭି. ଫେଷ୍ଟ ୪.୦ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
