ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯାଳୟଠାରେ ଆଜି ବ୍ଳକ ସ୍ତରୀୟ  ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ କଲମପୁର ବ୍ଲକ ଅଧ୍ୟକ୍ଷା ଜ୍ୟୋତି ନାଏକ, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ପୂର୍ବତନ ସରପଞ୍ଚ ବିଜୟ ପଣ୍ଡା, ବିଏସଏସଓ ଆଶିଷ କୁମାର ପଣ୍ଡା, ନୋଡାଲ ଅଧିକାରୀ ନିବାସ ଚନ୍ଦ୍ର ସାହୁ, ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରୁ ଡାକ୍ତର ସମ୍ବିତ ପଣ୍ଡା, ଡାକ୍ତର ରାଜଶ୍ରୀ ପ୍ରିୟଦର୍ଶିନୀ, ନୂଆଗାଁ ସମିତି ସଭ୍ୟ ବବୃବାହାନ ପୁଝାରୀ ପ୍ରମୁଖ ମଞ୍ଚାସିନ ଥିଲେ।

ଶିବିରରେ ବ୍ଲକର ୧୧ ଗୋଟି ପଞ୍ଚାୟତରୁ ଆସିଥିବା ୨୬୮ ଜଣ ଭିନ୍ନକ୍ଷମ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୬୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର, ବାଣିଶ୍ରି ବୃତ୍ତି ପାଇଁ ୧୫ ଜଣ, ବସ୍‌ପାସ ପାଇଁ ୩୩, ଟ୍ରେନ ପାସ ପାଇଁ , ଟ୍ରାଇ ସାଇକେଲ ପାଇଁ ୭ଜଣ, ଡିଆରଆଇ ଲୋନ ପାଇଁ ୪ ଜଣ, ଚଷମା ପାଇଁ ଚକ୍ଷୁ ପରୀକ୍ଷଣ ୯ଜଣ, ଘର ପାଇବା ପାଇଁ ୩୪ଜଣ , ଅନ୍ଧବାଡି ପାଇଁ ୨ଜଣ , ଶ୍ରବଣ ଯନ୍ତ୍ର ପାଇଁ ୫ ଜଣ , ହୁଇଲ ଚେୟାର ପାଇଁ ୭ ଜଣ ଏବଂ ଭତ୍ତା ପାଇଁ ୭୭ଜଣ ଆବେଦନ କରିଥିବାବେଳେ ୪୯ଜଣଙ୍କୁ ନୂତନ ଭତ୍ତା ପ୍ରଦାନ କରାଯାଇଥିଲା। ଶିବିରରେ କୃତ୍ରିମ ଅଙ୍ଗ ଏବଂ ଭୌତିକ ଚିକିତ୍ସା ପାଇଁ ୩୧ଜଣଙ୍କୁ ଚିକିତ୍ସା କରାଯାଇଥିଲା। ଦେପୁର ଗ୍ରାମର ଶୁଭଶ୍ରୀ ବାଣୁଆଁକୁ ହୁଇଲ୍ ଚେୟାର ପ୍ରଦାନ କରାଯାଇ ଥିଲା, ଶିବିରରେ ଅର୍ଥପେଡି ବିଭାଗ ଡାକ୍ତର ଅଶ୍ଵିନୀ କୁମାର ସାହୁ, ମାନସିକ ବିଭାଗ ଡାକ୍ତର ଚୈତୁରାମ ମେହେର, ଚକ୍ଷୁ ବିଭାଗ ଡାକ୍ତର ଲୋପାମୁଦ୍ରା ବିଶି, ଶ୍ରବଣ ବିଭାଗ ଡାକ୍ତର ଆରାଧନା ବେହୁରା ପ୍ରମୁଖ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ। ବ୍ଲକ କର୍ମଚାରୀ ସହ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଓ, ଜିଆରଏସ ମାନେ ସହଯୋଗ କରିଥିବାବେଳ ବିପିଏମ ରୁଜାନୁସ ଏକ୍କା ପରିଚାଳନା କରିଥିଲେ।