ଚଚାଠାରେ ମାଁ’ ଠାକୁରାଣୀଙ୍କ କଳସୀଯାତ୍ରା ନିମନ୍ତେ ପ୍ରସ୍ତୁତି

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ଝରିଗାଁ ବ୍ଲକ ଅନ୍ତର୍ଗତ ଚଚାଠାରେ ମାଁ ଠାକୁରାଣୀଙ୍କ କଳସୀଯାତ୍ରା ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ହୋଇଯାଇଛି। ଗାଁଉଟିଆ ପିତାମ୍ବର ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂତନ କମିଟି ଗଠନ ହୋଇଛି। କମିଟିର ସଭାପତିଭାବେ ଲକ୍ଷ୍ମନାରାୟଣ ଗାଣ୍ଡା, ଉପସଭାପତି ଜୟସିଂ ଗୌଡ଼, ସମ୍ପାଦକ ଦିବେନ ଗୌଡ଼, ସହ ସମ୍ପାଦକ ଭୂପେନ୍ଦ୍ର ମାଝୀ ଓ ସତ୍ୟରାମ ମାଝୀ, କୋଷାଧ୍ୟକ୍ଷ ମଣ୍ଟୁ ପୂଜାରୀ ଓ ଗୁପ୍ତ ଗୌଡ଼ଙ୍କୁ ଚୟନ କରାଯାଇଛି। ଉପଦେଷ୍ଟା ମୋହନ ଲୋହରା, ମହେନ୍ଦ୍ର ଗୌଡ଼, ଶୁକଲରାମ ପୂଜାରୀ, ଘାସିରାମ ଗୌଡ଼, ଦଳପତି ମାଝୀ, ଅଭିରାମ ଗୌଡ଼, ଜଗନ୍ନାଥ, ଘାସିରାମ, ଲଛମନ ଗୌଡ଼, ପୁନୁ ଗୌଡ଼, ମଧୁସୂଦନ ପାଇକ ରହିଛନ୍ତି। ବୈଠକରେ ଗାଁଉଟିଆ ପିତାମ୍ବର ପୂଜାରୀ, ଗାଁ ମାଝୀ ଦଳପତି ମାଝୀ, ପୂଜାରୀ ସୀତାରାମ ପୂଜାରୀ, ଚୈତନ୍ୟ ପୂଜାରୀ, ଗାଁ ଗାଣ୍ଡା ରୂପଧର ଗାଣ୍ଡା, ଗାଁ ଚଲାନ ହରିଶ୍ଚନ୍ଦ୍ର ପ୍ରଧାନିଙ୍କ ସମେତ ଗ୍ରାମବାସୀ ଉପସ୍ଥିତଥିଲେ। କଳସୀଯାତ୍ରା ନଅଦିନ ଧରି ଆୟୋଜିତ ହେବ। ଆସନ୍ତା ମାର୍ଚ୍ଚ ମାସର ୨୩ ରୁ ୩୧ ତାରିଖ ପର୍ଯ୍ୟନ୍ତ କଳସୀଯାତ୍ରା ହେବା ନେଇ କମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଛି।