ବିନା ସୂଚନା ଫଳକରେ ପାଚେରୀ ନିର୍ମାଣ କାର୍ଯ୍ୟ

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) :  ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଡ଼ଙ୍ଗରୀଗୁଡା ପଞ୍ଚାୟତ ବରାଯୋଡି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଚତୁଃପାର୍ଶ୍ଵରେ ପାଚେରୀ ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳରେ ଚାଲିଛି। ସାଧାରଣଲୋକେ କେଁଉ ବିଭାଗର କାମ ଏହାର ଅଟକଳ ମୂଲ୍ୟ କେତେ ରହିଛି ତାହା କିଛି ବି ଜାଣିବାକୁ ପାଇପାରୁ ନାହନ୍ତି। କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଲାଗିନାହିଁ। ଅନ୍ୟପଟେ ପାଚେରୀ ନିର୍ମାଣ ହେଉଛି ସତ ହେଲେ ପାଚେରୀ ଉଚ୍ଚତା ସାନବଡ଼ ହୋଇ ତିଆରି ହୋଇଛି।ପାଚେରୀ ଆରମ୍ଭ ହେଲା ଦିନ ଠାରୁ ପାଚେରୀରେ ଗୋଟେ ଦିନ ହେଲେ ପାଣି ସିଞ୍ଚନ କରାଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଝରିଗାଁ ବିଡ଼ିଓ ମଧୁସୂଦନ ମାଝୀଙ୍କୁ ଯୋଗାଯୋଗ କରିବାରୁ ଫୋନ ଉଠେଇ ନଥିଲେ। କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ମଧ୍ୟ ଫୋନ ଉଠଉ ନାହାନ୍ତି। ଏହି ବିଷୟରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏ ସଂକ୍ରାନ୍ତରେ ଝରିଗାଁ ଜୋନ ୩ ଜିଲ୍ଲା ପରିଷଦଙ୍କୁ ପଚାରିବାରୁ ଜିଲ୍ଲା ପରିଷଦ ଫଣ୍ଡରୁ ବିଦ୍ୟାଳୟର ପାଚେରୀ ପାଇଁ ୪ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କହିଛନ୍ତି। କୌଣସି ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗେଇବା ସରକାରୀ ନିୟମ ରହିଛି। କିନ୍ତୁ ଝରିଗାଁ ବ୍ଲକ ପ୍ରଶାସନ ବେଖାତିର କରି ଚାଲିଛି। ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ପ୍ରତି ଦୃଷ୍ଟିଦେଇ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।