ଫଗୁନପୁନି ମହୋତ୍ସବ ଉଦଘାଟିତ

ବୀରମହାରାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦିପ ପଧାନ) : ବିରମହାରାଜପୁର ପ୍ରସିଦ୍ଧ ଫଗୁନପୁନି ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଉଦଘାଟନ କରିଥିଲେ। ଉପାଧ୍ୟକ୍ଷ ନାରାୟଣ ଲୁହା, ଚମ୍ପାମାଳ ସରପଂଚ ମହେନ୍ଦ୍ର ଜଗଦଲା, ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ଲୁତୁରପଙ୍କ ସରପଂଚ ସୁର୍ୟ୍ଯ ନନ୍ଦ, ପିତା ମହୁଲ ସରପଂଚ ପ୍ରଦିପ ବଢେଇ, ସମିତି ସଭ୍ୟ ସୁଭେନ୍ଦୁ ସାହୁ ଉଫୁଲା ସମିତିସଭ୍ୟ ଶୈଳ ରଞ୍ଜନ ବାଦୀ କମିଟୀ ସଭ୍ୟ ଦାମ ହୋତା ଉପସ୍ଥିତ ରହିଥିଲେ। ପରେ ଆଞ୍ଚଳିକ କଲାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା।