ଆମପାଣି ଘାଟିରେ ଓଲଟିଲା ପାଉଡର ବୋଝେଇ ଟ୍ରକ

କୋକସରା/କ୍ରାନ୍ତିକ୍ଷେତ୍ର : ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରକ (ଏପି୧୬ଟିଜେ୧୮୭୭) ନମ୍ବର ଗାଡ଼ି ଓଲଟି ପଡିଛି। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବିଜୟୱାଡାରୁ ପାଉଡର ବୋଝେଇ ଆସାମ ଅଭିମୁଖେ ଯାଉଥିବା ଏହି ଟ୍ରକ୍ ଟି ଆଜି ଆମପାଣି ଘାଟି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣା ଫଳରେ ଗାଡ଼ି ଆଗପଟ ଚୁରମାର ହୋଇଥିବାବେଳେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଆମପାଣି ମେଡିକାଲରେ ଚିକିତ୍ସିତ କରାଯାଉଛି। ଘଟଣାସ୍ଥଳରେ ଆମପାଣି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।