ଦୁଇଟି ବାଇକ୍ ମଧ୍ଯରେ ଧକ୍କା ଜଣେ ମୃତ

ବୀରମହାରାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦିପ ପଧାନ) : ସୋନପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ରାସ୍ତାର ମ୍ରୁଷୁଣ୍ଢି ଠାରେ ଦୁଇଟି ବାଇକ୍ ମଧ୍ଯରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କ ର ମ୍ରୁତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମ୍ରୁତକ ଜଣକ ହେଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅରଖକୁଦ ଗାଁ ର କୃଷ୍ଣ ଚନ୍ଦ୍ର ପ୍ରଧାନ। କୃଷ୍ଣ  ନିଜ ବିବାହ କାର୍ଡ ବାଣ୍ଟିବାକୁ ଯିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିବା ସୁଚନା। ତାଙ୍କର ବିବାହ ଆସନ୍ତା ୯ ତାରିଖରେ ହେବାର ଥିଲା। ତାଙ୍କର ମ୍ରୁତ୍ୟୁ ରେ ସାରା ଅଞ୍ଚଳରେ ଶୋକର ଛାୟା ଖେଲି ଯାଇଛି।