ଧର୍ମଗଡ ଜଗନ୍ନାଥପଡାରୁ ନକଲି ମଦ, ପ୍ରସ୍ତୁତି ସାମଗ୍ରୀ ଜବତ ତିନି ବିହାରି ଯୁବକ ଗିରଫ

ଧର୍ମଗଡ/କ୍ରାନ୍ତିକ୍ଷେତ୍ର : ଅବକାରୀ ବିଭାଗ ପକ୍ଷରୁ ଧର୍ମଗଡ ସହରରେ ଚଢ଼ାଉ କରି ଆଜି ବହୁ ପରିମାଣର ନକଲି ମଦ, ବିଭିନ୍ନ ନାମୀଦାମୀ କମ୍ପାନୀର ଠିପି, ଷ୍ଟିକର ଜବତ କରାଯାଇଛି। ଏହି ମାମଲାରେ ତିନି ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ବିହାର ରାଜ୍ୟର ବୋଲି ଜଣା ପଡିଚି। ତେବେ ସେମାନେ ଧର୍ମଗଡ ଜଗନ୍ନାଥପଡା ରେ ଏକ ଭଡା ଘରେ ରହି ନକଲି ମଦ ତିଆରି କରି ଠିପି ବନ୍ଦ ମଦ ଦୋକାନ ସହିତ ବିଭିନ୍ନ ଅଞ୍ଚଳରେ ମଦ ସପ୍ଲାୟ କରୁଥିଲେ।  କୌଣସି ସୂତ୍ରରୁ ଖବର ପାଇଁ ଧର୍ମଗଡ ଅବକାରୀ ବିଭାଗ ଚଢ଼ାଉ କରି ୩୫ ଲିଟର ନକଲି ମଦ, ବିଭିନ୍ନ କମ୍ପାନୀର ଷ୍ଟିକର, ଖାଲି ବୋତଲ ଓ ଠିପି ଜବତ କରିବା ସହିତ ୩ ଜଣ ଙ୍କୁ ଗିରଫ କରିଥିବା ଧର୍ମଗଡ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।