କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ରାଜ୍ୟରେ ଥିବା ଖଣିଜ ସଂପଦର ଲୁଟ ଓ ତାହାଦ୍ୱାରା ପରିବେଶ କୁ ହେଉଥିବା କ୍ଷୟକ୍ଷତି କୁ ବନ୍ଦ କରିବା ପାଇଁ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କ ନେତୃତ୍ୱରେ ଗତ ଫେବୃଆରୀ ୨୫ ତାରିଖ ଦିନ କଟକ ଜିଲ୍ଲା ସତ୍ୟଭାମାପୁର ଆରମ୍ଭ ହୋଇଥିବା ଲୋକ ଅଧିକାର ଯାତ୍ରା ନବମ ଦିନରେ କଳାହାଣ୍ଡିର ଦ୍ୱାର କେସିଙ୍ଗା ସହରରେ ପହଞ୍ଚିଛି। କେସିଙ୍ଗା ଆମ୍ବେଦକର ଭବନଠାରେ ଏନେଇ ଏକ ସଭାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଅଧିକାର ଯାତ୍ରା ରେ ସାମିଲ ଥିବା ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ନିଜ ଅଭିଭାଷଣରେ ବିଜେପି ସରକାରଙ୍କ ଚାଷୀମାରଣ ନୀତି କୁ ସମାଲୋଚନା କରି ଧାନ ର ସବସିଡି ଇନପୁଟ ଟଙ୍କା ଦେବାରେ ସରକାର ଙ୍କ ଟାଳଟୁଳ ନୀତି କୁ ବିରୋଧ କରି ଓଡ଼ିଶାର ଖଣିଜ ସଂପଦ କୁ ସରକାର କର୍ପୋରେଟର ମାନକ ହାତକୁ ଟେକି ଦେଇ ଖଣିଜ ସଂପଦ କୁ ହରିଲୁଟ କରୁଥିବା ଅଭିଯୋଗ କରିଥିଲେ। ସେହିପରି ଅଧିକାର ଯାତ୍ରାର ନେତୃତ୍ୱ ନେଇଥିବା ପରିବେଶବିତ୍ ସାମନ୍ତରା ମଧ୍ୟ ସରକାରଙ୍କ ଖଣି ନୀତିକୁ ଆଲୋଚନା କରି ରାଜ୍ୟ ର ଖଣିଜ ସଂପଦ କୁ ବିକ୍ରି କରିବାରେ ଲାଗିଛନ୍ତି ବୋଲି କହି ଆଉ ୨୦ ରୁ ୩୦ ବର୍ଷ ପରେ ରାଜ୍ୟ ର ଖଣିଜ ସଂପଦ ସରିଗଲେ ସରକାର କଣ କରିବେ ବୋଲି ପ୍ରଶ୍ନ କରିଥିଲେ। ୨୦ ରୁ ୩୦ ବର୍ଷ ପରେ ରାଜ୍ୟ ର ବିକାଶ ହେବ ଭଲ ରାସ୍ତା ସାଙ୍ଗକୁ ସୁଉଚ୍ଚ କୋଠା ସବୁ ଥିବ ହେଲେ ପରିବେଶ ଦୂଷିତ ହୋଇ ଯାଇଥିବ ଚିରସ୍ରୋତା ନଦୀ ସବୁ ଶୁଖି ଯାଇଥିବ ସେତେବେଳେ ସରକାର କଣ କରିବେ ବୋଲି ସରକାର ଙ୍କୁ ଟାର୍ଗେଟ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଖ ପାଖ ଅଞ୍ଚଳ ର ବିଭିନ୍ନ ସାମାଜିକ ସଂଗଠନ ର କର୍ମକର୍ତ୍ତା ଅଞ୍ଚଳର ବୁଦ୍ଧିଜିବୀଙ୍କ ସମେତ ଶ୍ରମିକ ନେତା ଲିଙ୍ଗରାଜ ଆଜାଦ, କେସିଙ୍ଗା ବ୍ରାସ ସଂଗଠନ ର ସଭାପତି ସୁରେଶ ମହାନନ୍ଦ, ଆଦିବାସୀ ସଂଘ ର ସଞ୍ଜୀବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ମଞ୍ଚ ପରିଚାଳନା କରିଥିଲେ କେସିଙ୍ଗା ର ଯୁବ ସଂଗଠକ ସୁରେଶ ରାଓ।
