ଆଭାସୀ ମାଧ୍ୟମରେ କଲମପୁର ନୂତନ ଥାନା ଉଦଘାଟିତ

।। କ୍ରାନ୍ତିକ୍ଷେତ୍ର ।। କଲମପୁର (ଗଣେଶରାମ ବାଗ) :  ଆଜି କଲମପୁର ଥାନା ଆଭାସୀ ମାଧ୍ୟମରେ ଭାରତ ସରକାର କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଏବଂ ଓଡିଶା ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଛି। ଏହି କ୍ରମରେ ଥାନା ପରିସରରେ ଆଭାସୀ ମାଧ୍ୟମରେ ଉଦଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା। ଥାନା ଉଦଘାଟନୀ ସମାରୋହରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଉପସ୍ଥିତ ରହି କଲମପୁର ଥାନା ଉଦଘାଟନ କରିଥିଲେ। ତତ୍ସହିତ ପୋଲିସ ବିଭାଗରୁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡୋଲାମଣୀ ଭୋଇ, ଧର୍ମଗଡ଼ ଏସଡିପିଓ ବର୍ଷିତା ଆଡେପୁ, କଲମପୁର ଥାନା ଅଧିକାରୀ ବିଶ୍ୱମ୍ବର କହଁର, ନୂତନ ଭାବେ କଲମପୁର ଥାନା ଦାୟିତ୍ୱ ଗ୍ରହଣ କରିଥିବା କଲମପୁର ଥାନା ଅଧିକାରୀ ସୁନିଲୋ କାନ୍ଦୋଗିରି, ଜୟପାଟଣା ଥାନା ଅଧିକାରୀ ଅର୍ଚନା ନାୟକ, ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା, କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ, କଲମପୁର ଏସଆଇ ଶିବ ଶଙ୍କର ମହାନ୍ତି, ବଡ଼ କୁଟରୁ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ସମେତ ଅନେକ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।  କଲମପୁର ଅଞ୍ଚଳରୁ ସମାଜସେବୀ ଘନଶ୍ୟାମ ନାଏକ, ପୂର୍ବତନ ସମିତି ଅଧ୍ୟକ୍ଷ ମହେନ୍ଦ୍ର ନାଥ ସାହୁ, ପୂର୍ବତନ ବିଇଓ ମୋହନ ସୁନ୍ଦର ପଣ୍ଡା, ବୀଜମରା ମଣ୍ଡଳ ସଭାପତି ସରିତା ସରାପ, ସସ୍ମିତା ବାବୁ, କଲମପୁର ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, ସାଂସଦ ପ୍ରତିନିଧି ଅରୁଣ ଜଗରୀଆ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ଉଦଘାଟନୀ ସମୟରେ ଉପସ୍ଥିତ ରହିଥିଲେ।