ଜୟପାଟଣା ଏନ୍ଏସି ପାଇଁ ଜନଗଣନା ପ୍ରଶିକ୍ଷଣ ଶିବିର

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଜୟପାଟଣା ଏନଏସି ପାଇଁ ଜନଗଣନାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଆଜି ଜୟପାଟଣାଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ବ୍ଲକ କନଫରେନ୍ସ ହଲ୍‌ରେ ପ୍ରଥମ ପର୍ଯ୍ୟାୟ ଗୃହ ତାଲିକାକରଣ ନିମନ୍ତେ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ।ପରେ ଏପ୍ରିଲ ୧୬ ରୁ ମେ ୧୫ ଗୋଟିଏ ମାସ ଜନଗଣନା ହେବ। ଏଥିରେ ଜୟପାଟଣା ଏନଏସି ଅଞ୍ଚଳର ଏନ୍ୟୁମେରେଟର ଏବଂ ସୁପରଭାଇଜରମାନେ ଅଂଶଗ୍ରହଣ କରିଥିଲେ।ଆଗାମୀ ଏନଏସି ନିର୍ବାଚନ ପାଇଁ ଜନଗଣନା ସମୟରେ କିଭଳି ସଠିକ୍ ଭାବେ ତଥ୍ୟ ସଂଗ୍ରହ କରାଯିବ,ଗୃହ ତାଲିକା ପ୍ରସ୍ତୁତ କରିବା ସମୟରେ କେଉଁ ସବୁ ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଯିବ,ସେ ନେଇ ପ୍ରଶିକ୍ଷକମାନେ ବିସ୍ତୃତ ଭାବେ ବୁଝାଉଛନ୍ତି। ଜନଗଣନା କାର୍ଯ୍ୟକୁ ତ୍ରୁଟିଶୂନ୍ୟ କରିବା ପାଇଁ ଉକ୍ତ ଟ୍ରେନିଂ ଦିଆଯାଉଛି।