ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଧନସୁଲି ଗ୍ରାମ ପଞ୍ଚାୟତ ନଳାଚୁଆଁ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ କରାଯାଇଛି। ଜୟପାଟଣା ଅବକାରୀ ଅଧିକାରୀ ସୁରେଶ ଚନ୍ଦ୍ର ଭୋଇଙ୍କ ନେତୃତ୍ବରେ କନେଷ୍ଟବଳ ବଳଭଦ୍ର ପାତ୍ର, ନିରଞ୍ଜନ ବେହେରା, ଅରୁଣାକ୍ଷ୍ୟ ଧଙ୍ଗଡ଼ାମାଝୀ ଏବଂ ଟିମ ମିଳିତ ଭାବେ ଚଢ଼ାଉ କରିଥିଲେ। ଏଥିରେ ୧୬୦୦ କେ.ଜି ମହୁଲପୋଚ ନଷ୍ଟ କରିବା ସହ ୯୮ ଲିଟର ଦେଶୀ ମଦ ଜବତ କରାଯାଇଛି। ହେଲେ କେହି ଗିରଫ ହୋଇନଥିବା ଜଣାପଡ଼ିଛି।
