ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀଅଭିଳାଷ ପଣ୍ଡାଙ୍କ ନିର୍ଦ୍ଧେଶ କ୍ରମେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ସଂପାଦକ, କାର୍ଯ୍ୟାଳୟ ସମ୍ପାଦକ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବିଭିନ୍ନ ବିଭାଗ ପାଇଁ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ନବରଙ୍ଗପୁର ଜିଲ୍ଲାର ଜଣେ ଆଗ ଧାଡ଼ି ର ବିଜେପି ନେତ୍ରୀ ତଥା ଓକିଲ ସତ୍ବଦି ପାଲଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟର ସମ୍ପାଦିକା ଭାବେ ମୋନନୀତ କରିଛନ୍ତି। ବିଜେପି ନେତ୍ରୀ ସୁଶ୍ରୀପାଲ ଦୀର୍ଘ ବର୍ଷ ଧରି ଜିଲ୍ଲା ବିଜେପି ଦଳରେ ବିଭିନ୍ନ ପଦବୀରେ ରହି ଅଞ୍ଚଳ ପାଇଁ କାର୍ଯ୍ୟ କରିବା ସହିତ ସଂଗଠନକୁ ମଜବୁତ କରିବାରେ ଏକ ପ୍ରମୁଖ ଭୂମିକା ତୁଲେଇ ଆସୁଛନ୍ତି। ବର୍ତ୍ତମାନ ତାଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟର ସମ୍ପାଦିକା ଭାବେ ଦଳ ମନୋନୀତ କରିଥିବାରୁ ନବରଙ୍ଗପୁର ଜିଲ୍ଲା ବିଜେପି ସଂଗଠନରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାର ଦାଶ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପ ସଭାପତି ରମେଶ ସାହୁ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ଝରିଗାଁ ବିଧାୟକ ନରସିଂ ଭତରା, ପାପଡାହାଣ୍ଡି ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ଯୁବ ମୋର୍ଚ୍ଚା ସଭାପତି ସୁଭାଜିତ୍ ପାଣିଗ୍ରାହୀ, ବିଜେପି ନେତା ମାନସ ରଞ୍ଜନ ଦାସ, ତ୍ରିନାଥ ଅମାନତ୍ୟଙ୍କ ସମେତ ସମସ୍ତ ବିଜେପି କର୍ମୀମାନେ ଶୁଭେଚ୍ଛା ଜଣେଇଛନ୍ତି। ପ୍ରକାଶଥା ଥାଉକି ସୁଶ୍ରୀପାଲ ଜିଲ୍ଲାରେ ଜଣେ ଯୁବ ବିଜେପି ନେତ୍ରୀ ସହ ପାପଡ଼ାହାଣ୍ଡି ଅଞ୍ଚଳର ଜଣେ ଯୁବ ଓକିଲ ଭାବେ ବେଶ୍ ପରିଚିତ। ଏହା ସହିତ ସେ ଜିଲ୍ଲା ବିଜେପି ରେ ଅନେକ ପଦ ପଦବୀରେ ରହି ଆସୁଛନ୍ତି।
