କଲମପୁରରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) :  କଳାହାଣ୍ଡି ଜିଲ୍ଲା କଲମପୁର ଥାନାରେ ନୂତନ ଥାନା ଅଧିକାରୀ ଭାବରେ ସୁନିଲୋ କଣ୍ଡାଗରି ଯୋଗଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଜୁନାଗଡ ଥାନାର ଅତିରିକ୍ତ ଥାନା ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ। ପଦୋନ୍ନତି ପରେ ସେ କଲମପୁର ଥାନା ଅଧିକାରୀ ଭାବରେ ଦାୟିତ୍ଵ ନେଇଛନ୍ତି। ପୂର୍ବରୁ ଥିବା ଥାନା ଅଧିକାରୀ ବିଶମ୍ୱର କହଁରଙ୍କୁ ଭବାନୀପାଟଣା ସାଇବର ଥାନାକୁ ବଦଳୀ ହୋଇଛି। ନୂଆଁ ଥାନା ଅଧିକାରୀ ଶ୍ରୀକଣ୍ଡାଗରି ପୂର୍ବରୁ ଥିବା ଅଧିକାରୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କଲମପୁର ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ସହ ନିଷ୍ଠାପର ଭାବରେ ସେବା କରିବା ସହ ଲୋକଙ୍କ ସୁବିଧା ଅସୁବିଧା ଏବଂ ଉପଯୁକ୍ତ ସମାଧାନ କରିବା କହିଛନ୍ତି।

Leave a Reply

Your email address will not be published. Required fields are marked *