କାଟିଙ୍ଗିଆ ଜଙ୍ଗଲରୁ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ମାଓବାଦୀ ଗତିବିଧି ନେଇ ବିଏସଏଫ ୧୩୬ ବାଟାଲିୟନ ର “ସି” କମ୍ପାନୀ ପକ୍ଷରୁ କମ୍ବିଙ୍ଗ ଅପେରସନ କରାଯାଇଥିବା ବେଳେ ମାଓ କ୍ୟାମ୍ପ ଓ ବନ୍ଧୁକ କାରଖାନା ଠାବ ହୋଇଛ। ତେବେ କମ୍ବିଙ୍ଗ ଅପେରସନ ବେଳେ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ର ପଣସ ପଦର ଗାଁ ନିକଟରେ ଥିବା ଜଙ୍ଗଲରେ ବିଏସଏଫ ଯବାନ ଙ୍କ ପକ୍ଷରୁ ସର୍ଚ୍ଚ ଅପେରସନ ବେଳେ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି । ଉକ୍ତ ଜଙ୍ଗଲ ରୁ ବନ୍ଧୁକ ତିଆରି ନିମନ୍ତେ ବ୍ୟବହୃତ ବ୍ଲର ମେସିନ,କଟର ମେସିନ,ଜିଆଇ ତାର, ବାଲଟି, ବସ୍ତା, ଜରି ସମେତ ବହୁ ବନ୍ଧୁକ ତିଆରି ସରଞ୍ଜାମ ମଧ୍ୟ ଜବତ କରାଯାଇଛି। ତେବେ ପଣସ ପଦର ଗାଁ ଜଙ୍ଗଲ ରେ ମାଓବାଦୀଙ୍କ ଚଳ ପ୍ରଚଳ ରହିଥିବା ବେଳେ ଦୀର୍ଘ ଦିନ ହେବ ଏଠାରେ ଦେଶୀ ବନ୍ଧୁକ କାରଖାନା ମାଓବାଦୀ ଚଳାଇ ଆସୁଥିବା ଜଣା ପଡିଛି। ମାଓ ସଙ୍ଘଠନ କୁ ଶକ୍ତିଶାଳୀ କରିବା ନିମନ୍ତେ ଉକ୍ତ ଜଙ୍ଗଲ କୁ ସୁରକ୍ଷିତ ସ୍ଥାନ ଭାବେ ବଛା ଯିବା ସହ ବନ୍ଧୁକ ତିଆରି କରି ମାଓ କ୍ୟାମ୍ପ କୁ ନିଆ ଯାଉଥିବା ସୂଚନା ମିଳିଛି। ତେବେ ବନ୍ଧୁକ କାରଖାନା କୁ ଘଞ୍ଚ ଜଙ୍ଗଲ ରେ ମାଓବାଦୀ ସୁରକ୍ଷିତ ଭାବେ ଲୁଚାଇ ରଖିଥିବା ବେଳେ ବିଏସଏଫ ୧୩୬ ବାଟାଲିୟନ “ସି” କମ୍ପାନୀ ପକ୍ଷରୁ ଏହାକୁ ଠାବ କରାଯାଇ ସେଠାରେ କମ୍ବିଙ୍ଗ ଜୋର ଦାର କରାଯାଇଛି।