ନୁନପୁର ଗ୍ରାମ ପଞ୍ଚାୟତରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି – ସମ୍ପୂର୍ଣ୍ଣତା ଅଭିଯାନ ୨.୦ ଅନ୍ତର୍ଗତ ଆସ୍ପିରେସନାଲ ବ୍ଲକ୍ କାର୍ଯ୍ୟକ୍ରମ ଅଧୀନରେ ନୁନପୁର ଗ୍ରାମ ପଞ୍ଚାୟତରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମ, ରାମପୁର ବ୍ଲକ୍ ଗୋଷ୍ଠି ଉନ୍ନୟନ ଅଧିକାରୀ ଶରଦ କୁମାର ସେଠ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ, ପିଏଚଇଓ ସିଏଚସି ମ, ରାମପୁର, ସିଏଚଓ, ପିଇଓ, ଆସ୍ପିରେସନାଲ ବ୍ଲକ୍ ଫେଲୋ, ଆଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଓ ଏହାକୁ ପ୍ରତିରୋଧ କରିବା ପାଇଁ ପ୍ରସ୍ତୁତି ସୃଷ୍ଟି କରିବା। ଅଂଶଗ୍ରାହୀମାନଙ୍କୁ ଯକ୍ଷ୍ମା ରୋଗର କାରଣ, ଲକ୍ଷଣ, ଚିକିତ୍ସା ଓ ପ୍ରତିରୋଧ ବିଷୟରେ ସଚେତନତା କରାଯାଇଥିଲା। ଶୀଘ୍ର ଚିହ୍ନଟ ଓ ସମୟୋଚିତ ଚିକିତ୍ସାର ଗୁରୁତ୍ୱକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଥିଲା, ଯାହା ଏକ ଯକ୍ଷ୍ମା ରୋଗମୁକ୍ତ ସମାଜ ଗଠନରେ ସହାୟକ ହେବ। ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ୱାସ୍ଥ୍ୟ ଦଳର ପ୍ରୟାସକୁ ପ୍ରଶଂସା କରିଥିଲେ ଓ ସମାଜର ସମସ୍ତଙ୍କୁ ଯକ୍ଷ୍ମା ରୋଗ ନିରାକରଣ କାର୍ଯ୍ୟକ୍ରମରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ସମସ୍ତେ ମିଶି ଯକ୍ଷ୍ମା ରୋଗ ମୁକ୍ତ ସମାଜ ଗଠନ ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ।