କ ନୂଆଗାଁ କଂଗ୍ରେସ ପକ୍ଷରୁ ପଞ୍ଚାୟତ ସଭାପତି ଓ ବ୍ଲକ କମିଟି ଗଠିତ

କ.ନୂଆଗାଁ/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ନାୟକଙ୍କ ତତ୍ବାବଧାନରେ ଆଜି କୁଇ କୁଳ ସମିତି କାର୍ଯ୍ୟାଳୟ ପରିସରରେ ନୂତନ ବ୍ଲକ କମିଟି ଗଠିତ ହେବା ସହ ପଞ୍ଚାୟତ ସଭାପତିଙ୍କ ନାମ ଘୋଷଣା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ଅନୁଯାଇ ବିଧିବଦ୍ଧ ଭାବେ କ ନୂଆଗାଁରେ ଥିବା ୧୩ ଟି ପଞ୍ଚାୟତର ସଭାପତି ଓ ନୂତନ ବ୍ଲକ କମିଟି ମେମ୍ବରଙ୍କ ନାମ ଉକ୍ତ ବୈଠକରେ ବ୍ଲକ ସଭାପତି ରବୀନ୍ଦ୍ର ନାୟକ ନାମ ଘୋଷଣା କରିବା ସହ ନୂତନ ସଭାପତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଦାୟିତ୍ୱ ପ୍ରଦାନ କରିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁ ଭଳି ବ୍ଲକ ଅଧ୍ୟକ୍ଷ ପଦ ହାତେଇବ ସେ ନେଇ ଆଲୋଚନା କରାଯାଇଥିଲା। ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସିର୍ତ୍ତିଗୁଡ଼ା ସଭାପତି ସନ୍ତୋଷ ବେହେରା, ଲେତିଙ୍ଗିଆ ସଭାପତି ପ୍ରମୋଦ ମଲିକ, କୁଡୁତୁଲି ସଭାପତି ଅସବ ଦିଗାଲ, ସାଇନପଡା ସଭାପତି ଜିମା ଦିଗାଲ, ମହାସିଂ ସଭାପତି ଚିତ୍ତରଞ୍ଜନ ବେହେର ଦଳାଇ, ଆଡ଼ିମାହା ସଭାପତି ଶିବରାମ ଦିଗାଲ, ଗୁଞ୍ଜିବାଡି ସଭାପତି ବିଦ୍ୟାଧର ଦିଗାଲ, ବଣ୍ଡଗୁଡ଼ା ସଭାପତି ପ୍ରଦୀପ କୁମାର ଦଳବେହେରା, ବାଲିଗାଡ଼ା ସଭାପତି ସାମସନ ପ୍ରଧାନ, ଚାଚେଞ୍ଚିଡ଼ି ସଭାପତି ବନସାହୁ ନାୟକ, ଜିରିଡି କିଆ ସଭାପତି କାମ ରାଜ ଦିଗାଲ, ସାରାଙ୍ଗଡ଼ ସଭାପତି ଦିଲିପ ସାହୁ, କଞ୍ଜାମେଣ୍ଡି ସଭାପତି ସୁନ୍ଦର ସିଂ ପ୍ରଧାନ, ପ୍ରମୁଖ ରାଜ୍ୟ ଓ ପିସିସି ସଭାପତି ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡ଼ା ଏବଂ ବ୍ଲକ ସଭାପତି ରବୀନ୍ଦ୍ର ନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୩ଟି ପଞ୍ଚାୟତର କୁଇ କୁଳ ସମିତି ସଭାପତି ସିନାଲା ପ୍ରଧାନ ଏବଂ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।