ମ,ରାମପୁର/କ୍ରାନ୍ତିକ୍ଷେତ୍ର(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ,ରାମପୁର ଚାରି ଛକ ନିକଟରେ ପାଟ ଦେଓ ଜେନା ବୁଢ଼ା ପୂଜା କମିଟି ତରଫରୁ ନବ ନିର୍ମିତ ଆଦିବାସୀ ସଂସ୍କୃତି ଭବନ ର ଆଜି ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଆଦିବାସୀ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଆଦିବାସୀଙ୍କ ସମାଗମ ହୋଇଥିଲା। ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ, ଗୀତର ତାଳେ ତାଳେ,ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି ରାଜ୍ୟପାଳଙ୍କ ଉଦେଶ୍ୟରେ ତହସିଲଙ୍କୁ ୭ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ଦେବା ଦେବୀ ମାନଙ୍କୁ ପୂଜା ଆସୁଥିବା ଦିଆରୀ ମାନଙ୍କୁ ଭତା ପ୍ରଦାନ କରାଯାଉ, ମ, ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରଦାନ କରାଯାଉ, ଆଦିବାସୀ ମାନେ ଦଖଳକରି ଆସୁଥିବା ବ୍ୟକ୍ତି ଗତ ଓ ଗୋଷ୍ଠୀ ଗତ ଜମି ପଟ୍ଟା ପ୍ରଦାନ କରାଯାଉ, ଆଦି ରହିଛି। ନବ ନିର୍ମିତ ଭବନ କୁ ମ,ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ବ୍ଲକ୍ ବିଜେଡି ସଭାପତି ସତ୍ୟ ନାରାୟଣ ସାହୁ ଓ ଅନ୍ୟାନ୍ୟ ଅତିଥିଙ୍କ ଦ୍ଵାରା ପୂଜାର୍ଚ୍ଚନା ସହ ଉଦ୍ଘାଟିତ ହୋଇଥିଲା । ପରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ବୈଦ୍ୟ ନାରାୟଣ ଭୋଇ, ରାଜ୍ୟ କନ୍ଧ ସମାଜ କେନ୍ଦ୍ରୀୟ କମିଟି ସଭାପତି ଚିନ୍ତାମଣି ଭୋଇ, ଆଦିବାସୀ ସଂଘ ମ,ରାମପୁର ସଭାପତି ରାଜୁ ମାଝୀ, ସମ୍ପାଦକ ବିପ୍ର ମାଝୀ, ଫକୀର ମୁଣ୍ଡା, ପୂଜା କମିଟି ସମ୍ପାଦକ ରୋହିତ ଭୋଇ, ଟଙ୍କଧର ପନ୍ଦର, ଧୋବା ପନ୍ଦର, ରାଜେନ୍ଦ୍ର ଭୋଇ, ଯୋଗେଶ୍ୱର ମାଝୀ, ହୃଦାନନ୍ଦ ମାଝୀ, ହରିଶଙ୍କର ମାଝୀ, ସମ୍ପଦ ବରିହା, ସିଲି ମାଝୀ, ଜୟ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଦିବାସୀଙ୍କ ଏକତା, ଦକ୍ଷତା ସମ୍ପର୍କ ରେ ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ମାଝୀ, ଝାସକେତନ ମାଝୀ, ନନ୍ଦୀ କିଶୋର ଭୋଇ, ଦାଶରଥି ମାଝୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
