ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ନୂତନ ଥାନା ଅଧିକାରୀ କଳ୍ପନା ବେହେରାଙ୍କୁ ବୁଧବାର ଦିନ ମାଝୀଗୁଡା ( ଶିକାରପାଇ ) ମଣ୍ଡଳ ସଭାପତି ଅନିଲ କୁମାର ଜାଡି ଓ ଭାଜପାର କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ଏହି କ୍ରମରେ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଇଆଇସି ସହ ଆଲୋଚନା ମଧ୍ୟ କରିଥିଲେ। ଆଇ ଆଇସିସି ପୂର୍ବରୁ ଆମ୍ବଦଳା ଥାନା ଆଇଆଇସି ଭାବରେ କାର୍ଯ୍ୟ ତୁଲାଇ ଆସିଛନ୍ତି। କଲ୍ୟାଣସିଂହପୁର ରୁ ଥାନାରେ କାର୍ଯ୍ୟରତ ଆଇଆଇସି ନୀଳକଣ୍ଠ ବେହେରାଙ୍କ କାଶୀପୁର ଦୋରାଗୁଡା ଥାନ କୁ ବଦଳି କରାଯାଇଛି। ଏହି କାର୍ଯ୍ୟକ୍ରମରେ ମାଝୀଗୁଡା (ଶିକାରପାଇ) ଭାଜପାର ବିନାୟକ କୁଳିଶିକା, ଏନ.ଜେନାର୍ଧନ ରାଓ, ମନୋଜ କୁମାର ସେଠି, ରାମ ରାଓ କୁଳିଶିକା, କେଶରୀ ଭତ୍ରା ସୋ ମାଝୀଗୁଡା ମଣ୍ଡଳର ଭାଜପାର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ।
