ଜୟପାଟଣାରୁ ବିଶାଖାପାଟଣାକୁ ଗଡ଼ିଲା ଓଏସଆରଟିସି ବସ ; ଦୂର ହେଲା ଦୀର୍ଘ ଦିନର ସମସ୍ୟା

ଜୟପାଟଣା/କ୍ରାନ୍ତିକ୍ଷେତ୍ର(ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳବାସୀଙ୍କ ପାଇଁ ଏକ ଖୁସିର ଖବର। ଦୀର୍ଘ ଦିନର ଦାବି ପରେ ଶେଷରେ ଜୟପାଟଣାରୁ ବିଶାଖାପାଟଣାକୁ ସିଧାସଳଖ ଓଏସଆରଟିସି ବସ ସେବା ଆରମ୍ଭ ହୋଇଛି। ଏହି ବସ ଚଳାଚଳ ଫଳରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ଅଞ୍ଚଳର ଅଧିକାଂଶ ଲୋକ ଉନ୍ନତ ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଉପରେ ନିର୍ଭର କରନ୍ତି।ପୂର୍ବରୁ ସିଧାସଳଖ ବସ ସେବା ନଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।ବର୍ତ୍ତମାନ ଏହି ନୂତନ ସରକାରୀ ବସ ଚଳାଚଳ ଦ୍ୱାରା ଯାତ୍ରୀମାନେ ବିନା କୌଣସି ହଇରାଣରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ସରକାର ଏହି ପଦକ୍ଷେପ ନେଇଥିବାରୁ ଜୟପାଟଣାବାସୀ ପ୍ରଶାସନ ଓ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି। ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ କହିବା କଥା ଯେ, ଏହି ବସ ସେବା କେବଳ ପରିବହନ ନୁହେଁ ବରଂ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ। ବ୍ୟବସାୟ କାରବାର ପାଇଁ ବିଶାଖାପାଟଣା ଯାଉଥିବା ବ୍ୟବସାୟୀମାନେ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ।