କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଣ୍ଡଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଟିଗାଁର ପୂର୍ବତନ ୱାର୍ଡ଼ ସଭ୍ୟ ତଥା ବର୍ତ୍ତମାନର ୱାର୍ଡ ସଭ୍ୟାଙ୍କ ସ୍ୱାମୀ ନୃସିଂହ ବାଗଙ୍କ ଭୁବନେଶ୍ୱର ସୋମ ହସ୍ପିଟାଲ ଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ପିତ୍ତ କୋଷରେ ପଥର ଜନିତ ସମସ୍ୟା ଦେଖାଦେବାରୁ ସର୍ବ ପ୍ରଥମେ ରାୟପୁର ସ୍ଥିତ ବାଲାଜୀ ହସ୍ପିଟାଲ ଠାରେ ଅସ୍ତ୍ରୋପଚାର କରାଯାଇ ଥିଲା। ପୁଣି ପେଟରେ ଅଧିକ ଯନ୍ତ୍ରଣା ସହ ଜଣ୍ଡିସ ରୋଗରେ ଆକ୍ରାନ୍ତ ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ସେଥିରେ ମଧ୍ୟ ଚିକିତ୍ସାରେ ସୁଧାର ନଆସିବାରୁ ମଙ୍ଗଳବାର ରାତ୍ରରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ସମୟରେ ନିଜ ସାନ ଭାଇ ମନୋଜ କୁମାର ବାଗ, ବଡ଼ ଭଣଜା ଇଶ୍ୱରୀ ପ୍ରସାଦ ଧଙ୍ଗଡାମାଝୀ, ସାନ ଭଣଜା ସୌରଭ ଧଙ୍ଗଡାମାଝୀ ପରିବାର ଏବଂ ସମ୍ପର୍କୀୟ ଉପସ୍ଥିତ ଥିଲେ। ସ୍ତ୍ରୀ ଚନ୍ଦ୍ରିକା ବାଗ, ତିନି ଝିଅ ସହ ତିନି ଭଉଣୀ ମର୍ମାହତ ହୋଇ ପଡିଛନ୍ତି। ଶୋକାକୁଳ ପରିବେଶ ଭିତରେ ଆଜି ଅପରାହ୍ନରେ ନିଜ ଗାଁ ମଶାଣିରେ ସବ ସଂସ୍କାର କରାଯାଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଅଂଚଳର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି, ସମ୍ପର୍କୀୟ ସମୂହ ଉପସ୍ଥିତ ହୋଇ ସମବେଦନା ଜଣାଇଥିଲେ।
