ଝରିଗାଁ ବ୍ଲକରେ ମୃଦୁ ଭୂମିକମ୍ପ ଅନୁଭୂତ

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ବୁଧବାର ୭ଟା ୪୩ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି।ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଏକାଧିକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହି ଭୂମକମ୍ପ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ଜଣାପଡିଛି। କିଛି ସମୟ ରାସ୍ତା ଉପରେ ଲୋକେ ରୁଣ୍ଡ ହୋଇଥିଲେ। ଭୂମିକମ୍ପର ତୀବ୍ରତା ଜଣାପଡିନାହିଁ। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ। ଏହାକୁ ନେଇ ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇଥିଲେ।

Leave a Reply

Your email address will not be published. Required fields are marked *