କନ୍ଧମାଳ/କ୍ରାନ୍ତିକ୍ଷେତ୍ର : ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳ ଜଙ୍ଗଲ ଲରେ ନିଆଁ ଲଗାଇବା ଏବଂ ବନ୍ୟପ୍ରାଣୀ ଶିକାର କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଲୁଟାସିଙ୍ଗ ପାଟମାଝୀ(୩୫), ଜିତୁମାଝୀ(୨୧) ଫିନାସ ମଳିକ(୩ ମଳିକ(୩୦ ), ରାଜେନ୍ଦ୍ର ମାଝୀ (୪୫)। ସେମାନଙ୍କୁ କୋଟଗଡ ଅଭୟାରଣ୍ୟ ପିଡାମାହ ଗ୍ରାମ ନିକଟରେ ଜଙ୍ଗଲରେ ଫୁଲରେ ନିଆଁ ଲଗାଇବା ସହ ବନ୍ୟପ୍ରାଣୀ ଶିକାର କରିବା ଅଭିଯୋଗରେ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ଟି ବନ୍ଧୁକ, ବିସ୍ଫୋରକ, କଇଁଚି ସହ ଏକ ବାଇକ୍ ଜବତ କରାଯାଇଛି। ଏନେଇ ତୁମୁଡିବନ୍ଧ ବନାଞ୍ଚଳରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ ରାଜନୀ ମେହେର ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ବନପାଳ ଦେବା ଦେବାଶିଷ ଚୌଧୁରୀ, ବନରକ୍ଷୀ ସତ୍ୟନାରାୟଣ ଦୋରା ଓ ସ୍ବପ୍ନା ପାତ୍ର ପ୍ରମୁଖ ସାମିଲ ଥିଲେ।

