କୋକସରା/କ୍ରାନ୍ତିକ୍ଷେତ୍ର : ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳର ଚାଷୀମାନଙ୍କ ରବି ଧାନ ବିକ୍ରି ପଞ୍ଜୀକରଣ ବାଦ୍ ଯୋଗୁଁ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନେଇ ଆଜି କୋକସରା ବ୍ଲକ କୃଷକ ସଚେତନତା ମଞ୍ଚ ପକ୍ଷରୁ ସଭାପତି ଶିବ ପ୍ରସାଦ ପ୍ରାଧୀନଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଗୋବର୍ଦ୍ଧନ ବାଗଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ଚାଷୀମାନେ ଯୋଗ ଦେଇଥିଲେ। ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳର ଚାଷୀମାନଙ୍କ ରବି ଧାନ ବିକ୍ରି ନିମନ୍ତେ ନଲାଇନ ହୋଇ ନଥିବାରୁ ସରକାର ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ୠଜୁ କରାଯିବ ପାଇଁ ନିଷ୍ପତି ନିଆଯାଇଛି। ଏନେଇ ଆସନ୍ତା ସୋମବାର ୪ ମେ’ ଦିନ ଧର୍ଯ୍ୟ କରାଯାଇଛି। ଓଡିଶା ମୁଖ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଏ ବିଷୟରେ ଜଣେଇବା ପାଇଁ ଅବଗତ କରାଯାଇଛି। ଏବଂ କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ ମାନଙ୍କୁ ଅନୁରୋଧ କରାଯଇଛି ସେ’ ମାନେ ୨ ଖଣ୍ଡ ପୋଷ୍ଟ କାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏହି ବିଷୟରେ ଜାଣିବା ପାଇଁ ନିଷ୍ପତି ନିଆଗଲା। ଆଜିର ଏହି ବୈଠକରେ ଚାଷୀ ମୀନକେତନ ପ୍ରଧାନୀ, ପଞ୍ଚକ ପୋଡ଼, ଦୁର୍ଯ୍ୟୋଧନ ଜାଲ, ବିଜୟ ସାହୁ, ଧନେଶ୍ୱର ପଣ୍ଡା, ଜୟଲାଲ ନାଏକ, କୋକସରା ସରପଞ୍ଚ କିଶୋର ପ୍ରଧାନୀ, ଡମ୍ବରୁ ପୁଞ୍ଜି, ସୁରେଶ ହଂସ ରାଜେନ୍ଦ୍ର ନାଏକ, ମନିଜର ପୋଡ଼, ହରେକୃଷ୍ଣ ନାଏକ, ଶୈଳେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

