ଦାବ୍ରି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପିତ

ଖଡ଼ିଆଳ/କ୍ରାନ୍ତିକ୍ଷେତ୍ର : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦାବ୍ରୀଗ୍ରାମ ପଞ୍ଚାୟତ ଦାବ୍ରି ଗ୍ରାମରେ ଚାଲିଥିବା ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପିତ ହୋଇଛି। ଏହି ନାମଯଜ୍ଞ ଏପ୍ରିଲ ୨୯ ତାରିଖ ରୁ ଆରମ୍ଭ ହୋଇ ମଇ ମାସ ୨ ତାରିଖରେ ପୂର୍ଣାହୂତୀ ହୋଇଥିଲା। ଯଜ୍ଞକର୍ତ୍ତା ଭାବେ ଘାସିରାମ ମାଝୀ ଓ ତାଙ୍କ ସହଧର୍ମିଣୀ କୁନ୍ତଳା ମାଝୀ ରହିଥିଲେ। ସଭାପତି ଭାବେ ଗ୍ରାମର ମୁଖ୍ୟ ଗୈନ୍ତିଆ ଗିରେନ୍ଦ୍ର ମାଝୀ, ସମ୍ପାଦକ ଭାବେ କୁବେର ମାଝୀ ଦାୟିତ୍ଵ ରେ ରହିଥିବା ବେଳେ ଯଜ୍ଞ କମିଟିର ଡମ୍ବରୁଧର ମାଝୀ, ଗଜିନ୍ଦ୍ର ମାଝୀ, ଦୁଷ୍ମନ୍ତ ମାଝୀ, ପିତାମ୍ବର ମାଝୀ, ଉମାକାନ୍ତ ମାଝୀ, ଜୟରାମ ମାଝୀ ପ୍ରଭାସ ମାଝୀ, ବରୁଣ ମାଝୀ, କନ୍ଦ୍ରପ ମାଝୀ, ଡଗ୍ରେଶ୍ୱର ହଂସ ପ୍ରମୁଖ ସହ ଗ୍ରାମବାସୀ ସହଯୋଗ କରିଥିଲେ।