ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଚଳିତ ବର୍ଷର ଦଶମ ଶ୍ରେଣୀ ମାଟ୍ରିକ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଜଗନ୍ନାଥପୁର ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ ଛାତ୍ର ଛାତ୍ରୀ ୭୦ ଜଣ ପରୀକ୍ଷା ଦେଇଥିବାବେଳେ ୭୦ରୁ ୭୦ ଜଣ ପାସ୍ କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନାମ ଟେକ ରଖିଛନ୍ତି। କଲ୍ୟାଣସିଂହପୁର ବ୍ଲକ ଟପୋର୍ ହୋଇ ବଡ଼ ସଫଳତା ହାସଲ କରିଥିବା ଦେଖିବାକୁ ମିଳିଛି। ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ଏ ବଗେଶ କୁମାର ଓ ଏ ଲକ୍ଷ୍ମୀ ଙ୍କ ବଡ ପୁଅ ଏ ହରିଶ୍ କୁମାର ମ୍ୟାଟ୍ରିକ ପରୀକ୍ଷାରେ ୪୮୦ ମାର୍କ ରଖି ଏ୨ ଗ୍ରେଡ ସଫଳତା ହାସଲ କରିଛନ୍ତି। ଯାହାକି ବିଦ୍ୟାଳୟରେ ପାଠ ପଢୁଥିବା ହରିଶ ନିଜର ସଫଳତା ପାଇଁ ତାଙ୍କର ପିତା ମାତା, ସ୍କୁଲ୍ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି ।ହରିଶ୍ ଙ୍କ ଏହି ସଫଳତା ପାଇଁ ତାଙ୍କ ବାପା ମା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

