ତୁମୁଡିବନ୍ଧରେ ବନ୍ଧୁକ କାରଖାନା ଠାବ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ବନ୍ଧୁକ କାରଖାନା ଠାବ ହୋଇଛି। ଏ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋଶଲେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ତୁମୁଡିବନ୍ଧ ପୋଲିସ ଲାବାନ୍ୟ ନଗର ଠାରେ ଦେଶୀ ବନ୍ଧୁକ ତିଆରି ଓ ମରାମତି ହେଉଥିବା ଗୁଇନ୍ଦା ବିଭାଗରୁ ଖବର ପାଇଥିଲେ।  ଗୁଇନ୍ଦା ରୁ ଖବର ପାଇବା ପରେ ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ କରିବା ସ୍ଥାନରୁ ତିନୋଟି ଦେଶୀ ବନ୍ଧୁକ, ଲୁହା କଟା ମେସିନ, ଡ୍ରିଲ ମେସିନ, ଲୁହା ଖାଡ଼ି, ଅଧା ଗଢ଼ା ହୋଇଥିବା ବନ୍ଧୁକ କାଠ, ରେଞ୍ଚି, କଇଛି, ମାର୍ତାଳୀ, ତାର, କଣ୍ଟା, ସ୍କୃ,ବ୍ଲୋର, ସହିତ ଅନେକ ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି ଦୈତାରୀ ବିନ୍ଧାଣି କୁ ତୁମୁଡିବନ୍ଧ ଥାନା କେଶ ନମ୍ବର ୬୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *