ବିଜେଡି ଜୟପାଟଣା ବ୍ଲକ ସଭାନେତ୍ରୀ ଭାବେ ମୋହିନୀ ନାୟକ ମନୋନୀତ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ବିଜୁ ମହିଳା ଜନତା ଦଳର ନୂତନ ବ୍ଲକ ସଭାନେତ୍ରୀ ମାନଙ୍କ ନାମ ଘୋଷଣା କରାଯାଇଛି। ଏହି କ୍ରମରେ ଜୟପାଟଣା ବ୍ଲକ ମହିଳା ସଭାନେତ୍ରୀ ଭାବେ ମୋହିନୀ ନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀମତୀନାୟକଙ୍କୁ ଜୟପାଟଣା ବ୍ଲକର ସାଙ୍ଗଠନିକ ସ୍ତରରେ ମହିଳାମାନଙ୍କୁ ଏକଜୁଟ କରିବା ଏବଂ ଦଳୀୟ କାର୍ଯ୍ୟଧାରାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଗୁରୁ ଦାୟିତ୍ୱ ଦିଆଯାଇଛି। ନିଯୁକ୍ତି ପରେ ସ୍ଥାନୀୟ ବିଜେଡି କର୍ମୀ ଓ ଶୁଭେଚ୍ଛୁମାନଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ସାଙ୍ଗଠନିକ ଦକ୍ଷତା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *