କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ତାଲୁକ୍ ଆଇନ ସେବା ସମିତି କେସିଙ୍ଗା ତରଫରୁ ଆଜି ଅଦାଲତ ପରିସରରେ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅଧ୍ୟକ୍ଷା ତଥା ବିଚାରପତି ଦୀପ୍ତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା।ଉକ୍ତ ଲୋକ ଅଦାଲତରେ ୨ ଟି ଚେକ୍ ବାଉନସ ମାମଲାରେ ୮ ଲକ୍ଷ ୩୪ ହଜାର ୯୨୨ ଟଙ୍କା ଆଦାୟ କରାଯାଇଥିବା ବେଳେ ୧ ଟ୍ରାଫିକ ଚାଲାଣ ମାମଲାରେ ବିଚାର କରାଯାଏ ୧୬୦୦ ଟଙ୍କା ଆଦାୟ କରାଯାଇଥିଲା। ସେହିପରି ୨୫ ଟି ପ୍ରାକ- ବ୍ୟାଙ୍କ ଋଣ ଅନାଦେୟ ମାମଲାର ବିଚାର କରାଯାଇ ୧ ଲକ୍ଷ ୭୮ ହଜାର ୩୦୦ ଋଣ ଖିଲାପି ଟଙ୍କା ଆଦାୟ କରାଯାଇଥିଲା। ଅନ୍ୟପଟେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ୧୦୦ ଟି ରାଜସ୍ବ ମାମଲାର ବିଚାର କରାଯାଇ ସର୍ବମୋଟ ୫ ଲକ୍ଷ ୯୬ ହଜାର ୧୨୫ ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘ ସଭାପତି ଗୁରୁପ୍ରସାଦ ବଗର୍ତ୍ତି, ସହକାରୀ ସରକାରୀ ଓକିଲ ସନ୍ତୋଷ କୁମାର ଦାସ, ବରିଷ୍ଠ ଆଇନଜୀବି ପ୍ରକାଶ କୁମାର ଦାସ ସୌରରଶ୍ମି ନନ୍ଦ, ସୌମ୍ୟ ରଞ୍ଜନ ମିଶ୍ର, ହରିପ୍ରସାଦ ତାଣ୍ଡି, ସଞ୍ଜୀବ କୁମାର ସ୍ୱାଇଁ, ସନ୍ଦୀପ କୁମାର ବାନାର୍ଜୀ, ସୁନ୍ଦରବାବୁ ପାତ୍ର, ଦିନେଶ କୁମାର ଭୋଇଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଆଇନଜୀବି ଓ ଅଦାଲତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

