କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ୟୁନିସେଫ ର ସହଯୋଗରେ ଓଡ଼ିଶା ପୋଲିସ ପକ୍ଷରୁ ଗତକାଲି ସାରା ରାଜ୍ୟରେ ଜୁଭେଣ୍ଟିକା ନାମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଛୋଟ ଛୋଟ ପୁଅ ଝିଅ ମାନଙ୍କ ପାଇଁ ଏକ ସଚେତନତା ଶିବିର ଆୟୋଜନ କରାଯାଇ ଥିଲା। ଶିବିର ର ମୁଖ୍ୟ ଉଦ୍ଦେଶ୍ୟ ଆଜି କାଲି ର ସୋସିଆଲ ମିଡିଆ ମାଧ୍ୟମରେ ହେଉଥିବା ଠକେଇ, ଛୋଟ ଛୋଟ ଝିଅ ମାନଂକ ଉପରେ ହେଉଥିବା ଅମାନୁଷିକ ଅତ୍ୟାଚାର ଓ ତାଙ୍କରି ସୁରକ୍ଷା, ଯେ କୌଣସି ସମସ୍ୟା ଉପୁଜିଲେ କିମ୍ବା ଅତ୍ୟାଚାର ହେଲେ ସଙ୍ଗେ ସଙ୍ଗେ କିପରି ପୋଲିସର ସହାୟତା ନିଆଯାଇ ପାରିବ ସେହି ବିଷୟରେ କୁନି କୁନି ଛୁଆ ମାନଙ୍କ ସହିତ ପୋଲିସର ଆଲୋଚନା ଦେଖିବାକୁ ମିଳିଥିଲା।ମୋଟା ମୋଟି କହିବାକୁ ଗଲେ ମହିଳା ଓ ଶିଶୁ ସୁରକ୍ଷା ଉକ୍ତ ଜୁଭେଣ୍ଟିକା କାର୍ଯ୍ୟକ୍ରମ ର ମୂଳ ଲକ୍ଷ ଥିଲା। ଏଥିରେ ପୋଲିସ ଷ୍ଟେସନ ଆଖ ପାଖ ର ପ୍ରାୟ ୨୫ ଜଣ କୁନି କୁନି ଛୁଆ ମାନଙ୍କ ବ୍ୟତୀତ ୫ ଜଣ ଅଙ୍ଗନବାଡ଼ି ୱାର୍କର ମାନେ ମଧ୍ୟ ଯୋଗଦେଇ ସଚେତନ ଶିବିରରେ ନିଜର ଉପସ୍ଥିତି ଜାହିର କରି ପୋଲିସ ପାଖରୁ ସୁରକ୍ଷା ର ଗୁରୁ ମନ୍ତ୍ର ନେଇଥିଲେ।କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ଥାନାର ଚାଇଲ୍ଡ ୱେଲଫେୟାର ଅଧିକାରୀ ରେଣୁକା ଖେସ,ଏସ ଆଇ ରାହାସ ବିହାରୀ ସାହା,ଏସ ଆଇ ଅରକ୍ଷିତ ମାଝୀ, ଏଏସଆଇ ଏସ. ଏଲ ବର୍କ, ପ୍ରଣବ ନାଗ ଙ୍କ ସମେତ କେସିଙ୍ଗା ପୋଲିସ ଷ୍ଟେସନ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

