ରାୟଗଡା ସହରରେ ଗୁଳିକାଣ୍ଡ, ଯୁବକଙ୍କୁ ହତ୍ୟା

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ସହର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳିକାଣ୍ଡ କରି ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡିଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୂଚନାରୁ ଯଣାପଡିଛି ପାଖାପାଖି ରାତି ୧୦ଟା ସମୟରେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ଜଣେ ଯୁବକଙ୍କୁ ପିଛା କରିଥିଲେ। ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏ ଯୁବକ ଜଣଙ୍କ ଭୟରେ ଦୌଡି ପଳେଇବା ସମୟରେ ଫାଇରିଂ ହୋଇଥିବା କୁହାଯାଇଛି। ଯୁବକ ଜଣଙ୍କ ପ୍ରାଣ ଭୟରେ ଜଣଙ୍କ ଘରକୁ ପସିଯିବା ସମୟରେ ଦୁର୍ବୁତ୍ତ ମାନେ ତାକୁ ଅପହରଣ କରି ରିଂ ରୋଡ ପଟେ ଚାଲିଯାଇଥିଲେ।  ଅପହରଣ ହୋଇଥିବା ଯୁବକ ଜଣଙ୍କ ନାମ ନିଖିଲ ବୋଲି ସୂଚନାରୁ ଜଣାପଡିଛି। ରାୟଗଡା ତୁମ୍ବିଗୁଡ଼ା ନଦୀ କୂଳରେ ଯୁବକ ର ମୃତ ଅବସ୍ତାରେ ଜାଣିବା ପରେ ଟାଉନ ଥାନା ପୁଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପରିବାର ଲୋକମାନେ ଉତେଜିତ ହୋଇ ଥାନା ସୁମୁଖର ଟାୟାର ଜଳାଇ ଧାରଣା ଦେଇଛନ୍ତି, ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ ଗଣମାଧ୍ୟମକୁ ପ୍ରକାଶ କରିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ଛା‌ୟା ଖେଳିଯାଇଛି । ଚାପା ଉତ୍ତେଜନା ଲାଗି ରହିଛି। ରାୟଗଡ ଏସ ପି ଏସ ସ୍ୱାତୀ କୁମାର, ଏସ୍ଡ଼ିପିଓ ଗୌର ହାରି ସାହୁ, ଘଟଣା ସ୍ଥଳ କୁ ଯାଇ ତଦନ୍ତ ଜାରିରଖିଛନ୍ତି।