ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କୋଲନରା ବ୍ଲକ ଖେଦାପଡା ଗ୍ରାମ ପଞ୍ଚାୟତର ଗାଦଵାସାହି ମାଁ ସୁନାଅଗ୍ନି ମଙ୍ଗଳା ମନ୍ଦିର ଜମିକୁ ହଡ଼ପ କରିବା ପ୍ରତିବାଦରେ ଆଜି ସିପିଆଇଏମଏଲ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଓ ସଂପାଦକ ମିଣିଆକାଙ୍କ ନେତୃତ୍ୱରେ ସିପିଆଇଏମଏଲ ଲୀବ୍ରେସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସିପିଆଇଏମଲ ଲିବ୍ରେସନ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବୈଠକ ରେ ଯୋଗଦେଇଥିଲେ। ଏହି ମନ୍ଦିର ୩ ଏକର ଉର୍ଦ୍ଧ୍ୱ ଜାଗା ଜମି ଉପରେ କିଛି ନେତା ଓ କୁଜିନେତା ମାନେ ହଡ଼ପ କରିପାରିବି ପାଇଁ ଚକ୍ରାନ୍ତ କରୁଥିବା ବେଳେ, ମନ୍ଦିର ପୂଜକ କହିବା ଅନୁଯାଇ ଆମେ ପୂର୍ଵ ପୁରୁଷ ଅମଳରୁ ଆମେ ପୂଜା କରି ଆସୁଛୁ, କିଛି ଅସାଧୁ ବ୍ୟକ୍ତି ମାନେ ଚକ୍ରାନ୍ତ କରି ମନ୍ଦିର କୁ ତାଲା ପକାଉଛନ୍ତି ବୋଲି ମନ୍ଦିର ପୂଜକ ଭକ୍ତ ମିଣିଆକା ବାରମ୍ବାର ଅଭିଯୋଗ କରିବା ସ୍ୱତେ ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ କିନ୍ତୁ କେହି ତାଙ୍କ ର ଗୁହାରି ଶୁଣୁ ନାହାନ୍ତି, ଏହି ମନ୍ଦିରର କାର୍ଯ୍ୟକ୍ରମ ଉପରେ ଯଥା ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନର ମହିଳା ଓ ପୁରୁଷ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ମନ୍ଦିର ପୂଜକ ଭକ୍ତ ମିଣିଆକା କହିଛନ୍ତି।

