ବିକାଶର ଧାରା ଓଡିଶା ସାରା, କଲମପୁର ଗ୍ରାମ ପଞ୍ଚାୟତର ହିତାଧିକାରୀଙ୍କ ସମ୍ମିଳନୀ

କଲମପୁର/କ୍ରାନ୍ତିକ୍ଷେତ୍ର : କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଆଜି କଲମପୁର ପଞ୍ଚାୟତ ପରିସରରେ ପିଇଓ ଦୁଶାସନ ନାୟକଙ୍କ ତତ୍ୟାବଧାନରେ ଏବଂ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଘନଶ୍ୟାମ ନାଏକ ମୁଖ୍ୟ ଅତିଥି, ବରିଷ୍ଠ ସମାଜଦେବୀ ବିଜୟ କୁମାର ପଣ୍ଡା ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ କଲମପୁର ବ୍ଲକ ସାଂସଦ ପ୍ରତିନିଧି ଅରୁଣ ଜଗରିଆ , ଏବିଇଓ ଦିଲୀପ ବେହେରା, ମତ୍ସ ଅଧିକାରୀ ମାନବେସ ମହାପାତ୍ର , ଜେଇ ପିତାମ୍ବର ହେମ୍ରମ, ନାଏବ ସରପଞ୍ଚ ସଂଯୁକ୍ତା ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ହିତାଧିକାରୀ ମାନଙ୍କୁ ନୂତନ ଏଜିୱାଇ ଗୃହର କାର୍ଯାଦେସ ବଣ୍ଟନ, ନୂତନ ଭତ୍ତା, ରାଜ୍ୟ ସରକାରଙ୍କ ଅର୍ଣ୍ଣପୂର୍ଣ୍ଣା ଯୋଜନା କାର୍ଡ, ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା ସହ ମାନପତ୍ର ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ କୁ କଳମପୁର ପଞ୍ଚାୟତ ପିଇଓ ଶ୍ରୀନାୟକ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମରୁ ଜନ ସାଧାରଣ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *