କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଆଜି ମଣ୍ଡଳ ପଞ୍ଚାୟତ ପରିସରରେ ପିଇଓ ସୁରେଶ ପୂଜାରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଛି। ସମ୍ମିଳନୀରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସ୍ଵତନ୍ତ୍ର ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବରିଷ୍ଠ ସମାଜଦେବୀ ବିଜୟ କୁମାର ପଣ୍ଡା ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ଡବ୍ଲୁଇଓ ଆଶିଷ କୁମାର ପଣ୍ଡା, ସମାଜସେବୀ ମାଙ୍ଗେଲାଲ ବାଗ, ରିଖିରାମ ରଣା, ସାମ୍ବାଦିକ ଗଣେଶରାମ ବାଗ, ଅଜିତ ପୁଝାରୀ, ଆଶ୍ୱିନ ଶବର, ଜନ୍ମେଜୟ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ହିତାଧିକାରୀ ମାନଙ୍କୁ ନୂତନ ଏଜିୱାଇ ଗୃହର କାର୍ଯାଦେସ ବଣ୍ଟନ, ନୂତନ ଭତ୍ତା, ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା, ରାଜ୍ୟ ସରକାରଙ୍କ ଅର୍ଣ୍ଣପୂର୍ଣ୍ଣା ଯୋଜନା କାର୍ଡ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିବା ବେଳେ ଉପସ୍ଥିତ ଜନସାଧାରଣଙ୍କ ଚିକିତ୍ସା ସୁବିଧା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ। ସମ୍ମିଳନୀରେ ମଣ୍ଡଳ ଗ୍ରାମ ପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ, ଏମ୍ବିକେ, ସିଆରପି, ଆଶା କର୍ମୀ, ବ୍ୟାଙ୍କ ମିତ୍ର, ପ୍ରାଣୀ ସମ୍ପଦ କର୍ମଚାରୀ, କୃଷି ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ସମ୍ମିଳନୀରେ ସାମ୍ବାଦିକ ଚକ୍ରଧର ନାଏକ ପରିଚାଳନା କରିଥିବା ବେଳେ ପଞ୍ଚାୟତର ଏଡିଓ ବିରେନ୍ଦ୍ର ଗହିର , ଯୋଗାଣ ସହାୟକ ଅନଙ୍ଗସେନ ବାଗ, ହରେଶ୍ୱର ଗହିର ପ୍ରମୁଖ ସହଯୋଗ କରିଥିବା ବେଳେ ସମସ୍ତ ଗ୍ରାମରୁ ଜନ ସାଧାରଣ ସମ୍ମିଳନୀରେ ଉପସ୍ଥିତ ଥିଲେ।

