କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଆଜି ନୂଆଁଗାଁ ପଞ୍ଚାୟତ ପରିସରରେ ପିଇଓ ରାମଚନ୍ଦ୍ର ନାଏକଙ୍କ ତତ୍ତ୍ଵାବଧାନରେ ନାଏବ ସରପଞ୍ଚ ସବିତା ବାଗଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ମଣ୍ଡଳ ସଭାନେତ୍ରୀ ସରିତା ସରାଫ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଗୋଷ୍ଠୀ ଅର୍ଥ ବିଭାଗ ଅଧିକାରୀ ସତ୍ୟଜିତ ରାୟଗୁରୁ, ସମିତି ସଭ୍ୟ ବବ୍ରୁବାହାନ ପୁଝାରୀ, ମହେନ୍ଦ୍ର ଯୋଶୀ, ଅଜିତ କୁମାର ମୁଣ୍ଡ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ। ଏହି ଅବସରରେ ହିତାଧିକାରୀ ମାନଙ୍କୁ ନୂତନ ଏଜିୱାଇ ଗୃହର କାର୍ଯାଦେସ ବଣ୍ଟନ, ନୂତନ ଭତ୍ତା, ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା, ରାଜ୍ୟ ସରକାରଙ୍କ ଅର୍ଣ୍ଣପୂର୍ଣ୍ଣା ଯୋଜନା କାର୍ଡ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା। ସମ୍ମିଳନୀରେ ନୂଆଁଗାଁ ଗ୍ରାମ ପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ, ଏମ୍ବିକେ, ସିଆରପି, ଆଶା କର୍ମୀ, ବ୍ୟାଙ୍କ ମିତ୍ର ଉପସ୍ଥିତ ଥିଲେ। ସମ୍ମିଳନୀରେ ପଞ୍ଚାୟତର ଏଡିଓ ଶସାଙ୍କ ସେଖର ପାଢ଼ୀ, ଜିଆରଏସ ଭେଙ୍କଟେଶ୍ୱର ନାଏକ ପ୍ରମୁଖ ସହଯୋଗ କରିଥିବା ବେଳେ ସମସ୍ତ ଗ୍ରାମରୁ ଜନ ସାଧାରଣ ସମ୍ମିଳନୀରେ ଉପସ୍ଥିତ ଥିଲେ।

