ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନୀ ପଞ୍ଚାୟତ ନିକଟରେ ଏକ ଏଲ୍ପିଜି ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ଏହି ଦୁର୍ଘଟଣାରେ ଟ୍ୟାଙ୍କର ର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ରତ୍ତି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଧର୍ମଗଡ଼ ପଟରୁ ଆସୁଥିବା ଏଲ୍ପିଜି ଗ୍ୟାସ୍ ବୋଝେଇ ଟ୍ୟାଙ୍କର (ନମ୍ବର ସିଜି-୦୭-ସିଏକ୍ସ-୭୨୬୪) ଡ୍ରାଇଭରଙ୍କ ଅନ୍ୟମନସ୍କତା ଯୋଗୁଁ ରାସ୍ତା କଡ଼ରେ ଥିବା ସୁରକ୍ଷା ବାଡ଼ରେ ଯାଇ ଧକ୍କା ଦେଇଥିଲା। ଧକ୍କା ପରେ ଟ୍ୟାଙ୍କରଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଗ୍ୟାସ୍ ଲିକ୍ କିମ୍ବା ବିସ୍ଫୋରଣ ଘଟିନଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବର ପାଇ ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କରର କାଗଜପତ୍ର ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ଗୋଲାମୁଣ୍ଡା ଥାନା ଅଧିକାରୀ ଯଶୋବନ୍ତ ସେଲମା ପ୍ରତିକ୍ରିୟା ପ୍ରକାଶ କରିଥିଲେ।ସ୍ଥାନୀୟ ଅଞ୍ଚଳବାସୀ ଏହି ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଗ୍ୟାସ୍ ବୋଝେଇ ଯାନବାହନ ଚଳାଚଳ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ସାଧାରଣରେ ଚର୍ଚ୍ଚା।

