ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ମାଧପୁର ସତ୍ୟବାଦୀ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସ୍ମୃତିରୁପା ଗୁରୁ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ୬ଶହ ମାର୍କ ରୁ ୫୫୯ ନମ୍ବର ରଖି ଉପଖଣ୍ଡରେ ଟପ୍ପର ହୋଇଥିଲେ। ଅଞ୍ଚଳ ପାଇଁ ଗୌରବ ଆଣିଥିବା ଛାତ୍ରୀ ସ୍ମୃତିରୁପାଙ୍କ ପାଇଁ ବ୍ଲକ ପ୍ରଶାସନ ତରଫରୁ କଲେଜ ପରିସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଛାତ୍ରୀ ସ୍ମୃତି ରୁପାଙ୍କୁ ବିଡ଼ିଓ ଟିଟସ ମହାନନ୍ଦିଆ ପୁସ୍ତକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ବୈଦ୍ୟ ନାଥ ସାହୁ, ଅଧ୍ୟାପକ ସୁଶାନ୍ତ ଶେଖର ମଙ୍ଗରାଜ, ମାନସ ସାହୁଙ୍କ ସମେତ କଲେଜ କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

