ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୩ ଦିନ ଧରି ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ କଳ୍ପନା ଡାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଆଶା କର୍ମୀ, ଏଏନଏମ, କୃଷି ମିତ୍ର, ପ୍ରାଣୀ ମିତ୍ରଙ୍କ ସମେତ କୃଷି ବିଭାଗ, ଆଇସିଡ଼ିଏସ, ଶିକ୍ଷା ବିଭାଗ ଓ ପଞ୍ଚାୟତ ରାଜ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକ ହିତକର ଯୋଜନା ଉପରେ ବୁଝାଇ ଥିଲେ। ଏହି ଅବସରରେ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ, ଭତ୍ତା ବଣ୍ଟନ, ଅଙ୍ଗନ ୱାଡି ୱାର୍କର କୁ ମୋବାଇଲ ବଣ୍ଟନ କରିବା ସହିତ ଆୟୁଷ୍ମାନ କାର୍ଡ କୁ ଆକ୍ଟିଭ କରା ଯାଇଥିଲା। ପିଇଓ ଆଲୋକ ଚନ୍ଦ୍ର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ତୁଲାଇବା ସହିତ ବିଭିନ୍ନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସେହିପରି ପୁରୁଣାମାଣତ୍ରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୩ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ମମତା ପାତ୍ରଙ୍କ ଅଧ୍ୟକ୍ଷତା ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ନାଏବ ସରପଞ୍ଚ ଗଣେଶ ବେହେରାମାଳି, ପିଇଓ ଶୈଳବାଳା ମିର୍ଦ୍ଧା, ନୋଡାଲ ଅଫିସର ସନ୍ଦୀପ କୁମାର ବେହେରା ଯୋଗ ଦେଇ ପଞ୍ଚାୟତରାଜ, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ବିଭାଗ ର ବିଭିନ୍ନ ଲୋକ ହିତକର ଯୋଜନା ଉପରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ରେ ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୧୧ ଜଣ ଅଙ୍ଗନୱାଡିଙ୍କଙ ମୋବାଇଲ ବଣ୍ଟନ, ନୂତନ ୩୦ ହିତାଧିକାରୀ ଙ୍କୁ ରାସନ କାର୍ଡ ବଣ୍ଟନ ଓ ନୂତନ ହିତାଧିକାରୀ ୪ ଜଣ ଙ୍କୁ ଭତ୍ତା ବଣ୍ଟନ କରା ଯାଇଥିଲା। ସେହିପରି କିଆକଟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଗାୟତ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଅଶୋକ ପ୍ରଧାନ, ପିଇଓ କାବୁଲି ଚରଣ ନାୟକ, ନୋଡାଲ ଅଫିସର ରାଜ କିଶୋର ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ଯୋଜନା ଉପରେ ବ୍ୟାଖ୍ୟା କରିଥିଲେ। ଏହି ଅବସରରେ ମିଶନ ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ଆଇ ସି ଡ଼ି ଏସ, କୃଷି ମିତ୍ର, ପ୍ରାଣୀ ମିତ୍ର ଯୋଗ ଦେଇଥିଲେ। ଏହି ଅବସରରେ ୧୧୬ ହିତାଧିକାରୀ ଙ୍କୁ ଆୟୁଷ୍ମାନ କାର୍ଡ, ନୂତନ ପାଞ୍ଚ ଜଣ ହିତାଧିକାରୀ ଙ୍କୁ ଭତ୍ତା, ଓ ନୂତନ ୨୦ ହିତାଧିକାରୀ ଙ୍କୁ ରାସନ କାର୍ଡ ବଣ୍ଟନ କରା ଯାଇଥିଲା।

