ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା ଏସଆଇଆର କାର୍ଯ୍ୟକ୍ରମ ଉପରେ ଏକ ସାମ୍ବାଦିକ ସମ୍ବିଳନୀ କରି ବିଭିନ୍ନ ତଥ୍ୟର ସୂଚନା ଦେଇଥିଲେ। ମୁଖ୍ୟତଃ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ଗଣନା ପ୍ରକ୍ରିୟା ର ସଫଳ ସମାପ୍ତି ଓ ଚିଠା ଭୋଟ ର ତାଲିକା ପ୍ରସ୍ତୁତି ର ସ୍ଥିତି ସମ୍ପର୍କ ରେ ସୂଚନା ଦେଇଥିଲେ। ମେ ୩୦ ତାରିଖ ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ ୨୦୨୬ ଏହି ବୃହତ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ରେ ୨୪୮ ଜଣ ବୁଥସ୍ତରୀୟ ଅଧିକାରୀ ୨୪ ଜଣ ବିଏଲଓ ସୁପର ଭାଇଜର ଙ୍କୁ ବ୍ୟାପକ ପ୍ରଶିକ୍ଷଣ ଦିଆ ଯାଇଥିଲା। ସମଗ୍ର କ୍ଷେତ୍ର ସ୍ତରୀୟ କାର୍ଯ୍ୟକ୍ରମ କୁ ୬ ଜଣ ସହକାରୀ ନିର୍ବାଚକ ପଞ୍ଜିକରଣ ଅଧିକାରୀ ସକ୍ରିୟ ଭାବେ ତଦାରଖ କରିଥିଲେ। ସମୁଦାୟ ଦୁଇ ଲକ୍ଷ ଆଠ ହଜାର ସାତ ସହ ସାତ ଗଣନା ଫର୍ମ ବଣ୍ଟନ କରା ଯାଇଥିବା ବେଳେ ଦୁଇ ଲକ୍ଷ ଏକ ହଜାର ନଅ ଶହ ସତାନବେ ଫର୍ମ ସଂଗୃହିତ ହୋଇଥିବା ବେଳେ ଦୁଇ ଲକ୍ଷ ଏକ ହଜାର ନଅ ଶହ ସତାନବେ ଫର୍ମ ଡିଜି ଟା ଲାଇଜ ହୋଇ ସାରିଛି। ଜୁଲାଇ ଏକ ତାରିଖ ରୁ ଅଠର ବର୍ଷ ହୋଇଥିବା ନୂତନ ଭୋଟ ର ଅଗଷ୍ଟ ଚାରି ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରି ନାମ ଯୋଡି ପାରିବେ। ସଂଗୃହିତ ହୋଇ ନଥିବା ଗଣନା ଫର୍ମ କୁ ଯୋଗ୍ୟତା କରିବା ପାଇଁ ପାସ ପୋର୍ଟ, ଡ୍ରାଇଭିଙ୍ଗ ଲାଇ ସେନ୍ସ କିମ୍ବା ରେସି ଡେନ୍ସ ସାର୍ଟିଫିକେଟ ଦାଖଲ କରି ଭୋଟ ର ଲିଷ୍ଟ ରେ ନା ଯୋଡି ପାରିବେ। ଆସନ୍ତା ସେପ୍ଟେମ୍ବର ୬ ତାରିଖ ରେ ଫାଇନାଲ ଲିଷ୍ଟ ପ୍ରକାଶ ପାଇବାର ବ୍ୟବସ୍ଥା ହୋଇଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତିରଞ୍ଜନ ବାଗ, ସହକାରୀ ଜିଲ୍ଲା ପାଳ ସୋମ୍ୟ ରଞ୍ଜନ ସେଠୀ, ଡେପୁଟି କଲେକ୍ଟର ବିଶ୍ୱଜ୍ୟୋତି ମହାନ୍ତି ଉପସ୍ଥିତ ଥିଲେ।

