ପଞ୍ଚାୟତ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ସଦର ମହକୁମା ବିଜୁ କଲ୍ୟାଣ ମଣ୍ଡପ ପରିସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମାନନ୍ଦ ନାଏକଙ୍କ ନେତୃତ୍ୱରେ ପଞ୍ଚାୟତସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସିଡ଼ିପିଓ  ବିଜୟ ଶ୍ରୀ ସିଂ, ସମ୍ମାନିତ ଅତିଥି ଭାବେ ନାଏକ ସରପଞ୍ଚ ପ୍ରସାନ୍ତ କୁମାର ମହାରଣା, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଉଦ୍ଧବ ପଣ୍ଡା ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ସାରା ବିକାଶ ଧାରା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିବା ବେଳେ ମ, ରାମପୁର ପଞ୍ଚାୟତ ଅଧିନସ୍ଥ ସମସ୍ତ ଅଙ୍ଗ ଓ୍ବାଡି କର୍ମୀ ଙ୍କୁ ଗୋଟିଏ ଲେଖାଏଁ ମୋବାଇଲ ଫୋନ ପ୍ରଦାନ କରିଥିଲେ ଯାହାକି ସରକାର ଙ୍କ ସମସ୍ତ ଯୋଜନା ଉପରେ ସୂଚନା ଦେଇପାରିବେ। ମଞ୍ଚ ପରିଚାଳନା କରିଥିଲେ ସମାଜସେବୀ ସତ୍ୟ ନାରାୟଣ ସାହୁ। ଧନ୍ୟବାଦ ଅର୍ପଣ କରିଥିଲେ ନାଏକ ସରପଞ୍ଚ ପ୍ରଶାନ୍ତ କୁମାର ମହାରଣା।

Leave a Reply

Your email address will not be published. Required fields are marked *