ବେଆଇନ ବାଳ ଶ୍ରମିକ ନିୟୋଜନ ଉପରେ ଚଢ଼ାଉ

ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତି ପ୍ରକାଶ ମିଶ୍ର) : ବାରମ୍ବାର ତାଗିତକୁ ଫୁ’ କରି ଦୋକାନରେ ଚାଲିଥିଲା ଶିଶୁ ଶ୍ରମିକ ନିୟୋଜନ। ଶେଷରେ ପ୍ରଶାସନର ଶକ୍ତ ପ୍ରହାର ହୋଇଥିଲା। ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରିଛକ ନିକଟରେ ଥିବା (ଶ୍ୟାମସୁନ୍ଦର ଜଳଖିଆ ଦୋକାନ) ଉପରେ ମିଳିତ ଚଢ଼ାଉ କରି ଜଣେ ଶିଶୁ ଶ୍ରମିକ କୁ ସଫଳତାର ସହିତ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଉକ୍ତ ଜଳଖିଆ ଦୋକାନରେ ଦୀର୍ଘ ଦିନହେବ ଶିଶୁ ଶ୍ରମିକ କୁ କାମରେ ଲଗାଯିବାର ଅଭିଯୋଗ ହୋଇ ଆସୁଥିଲା। ଶ୍ରମ ବିଭାଗ ତରଫରୁ ଅନେକ ଥର ଚେତାବନୀ ଦିଆଯାଇ ଥିଲେ ସୁଦ୍ଧା ପ୍ରଶାସନର ଚେତାବନୀକୁ ଅଣଦେଖା କରି ଆସୁଥିଲେ। ଶେଷରେ ଶ୍ରମ ବିଭାଗ ଓ ବିଶ୍ୱ ଯୁବ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ହଠାତ ଚଢାଉ କରାଯାଇଥିଲା। ଏହି ସ୍ପେସାଲ୍ ଡ୍ରାଇପ ରେ ସହକାରୀ ଶ୍ରମ ଅଧିକାରିଣୀ ଆରିଚିସା ନାୟକ, ଲକ୍ମୀ ବେହେରା, ସନାଲିସା ସବର୍ ଏବଂ ଜିଲ୍ଲା ଶିଶୁ ବିକାଶ କମିଟିର ପ୍ରତିନିଧି ତଥା ଉତ୍କଳ ବାଳାଶ୍ରମ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ଉଦ୍ଧାର ହୋଇଥିବା ଶିଶୁର ଉପକୁକ୍ତ ଯତ୍ନ,ପୂର୍ଣ୍ଣବାସ ବ୍ୟବସ୍ଥା ପାଇଁ ତାକୁ(ଉତ୍କଳ ବାଳାଶ୍ରମ) ଆଶ୍ରୟ ଗୃହରେ ରଖା ଯାଇଛି। ବାଳାଶ୍ରମ ଆଇନ ଉଲଂଘନ କରୁଥିବା ଏହିଭଳି ଅମାନୁସିକ କାର୍ଯ୍ୟ ବିରୋଧରେ ଆଗକୁ ମଧ୍ୟ ଏହିପରି କଡ଼ା କାର୍ଯ୍ୟାୁଷ୍ଠାନ ଜାରି ରହିବା ନେଇ ପ୍ରସାଶନ ତରଫରୁ ସ୍ପଷ୍ଟ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *