ରେଳବାଇ ଜିଏମଙ୍କ କେସିଙ୍ଗା ରେଳ ଷ୍ଟେସନ ପରିଦର୍ଶନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ରେଳ ଷ୍ଟେସନ କେନ୍ଦ୍ର ସରକାରଙ୍କ ଅମୃତଭାରତ ରେଳ ଷ୍ଟେସନରେ ସାମିଲ ହେବା ପରେ ପ୍ରଥମ ଫେଜ୍ ରେ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ରେଳ ଷ୍ଟେସନ ର ନବକଳେବର ହୋଇଛି। କାମ ସରି ନ ଥିଲେ ମଧ୍ୟ ପ୍ରାୟ ପ୍ରାୟ ୯୦ ପ୍ରତିଶତ କାମ ସମ୍ପୂର୍ଣ ହୋଇ ଯାଇଛି।ଉଦ୍ଘାଟନ ହୋଇ ନ ଥିଲେ ମଧ୍ୟ ଲାଗୁଛି ବହୁତ ଶୀଘ୍ର ଉଦ୍ଘାଟନ ହୋଇ ଯିବ ଏଥିପାଇଁ ଇଷ୍ଟକୋଷ୍ଟ ରେଳୱେ ଭୁବନେଶ୍ଵର ର ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କୱାଲ ନିଜ ଦଳ ବଳ ନେଇ ନିଜର ସ୍ଵତନ୍ତ୍ର ଟ୍ରେନ ନେଇ କେସିଙ୍ଗା ରେଳ ଷ୍ଟେସନ ପରିଦର୍ଶନ ରେ ଆସି ଷ୍ଟେସନ ଓ ଷ୍ଟେସନ ପରିସରରେ ନୂତନ କରି ଲାଗିଥିବା ସମସ୍ତ ଜିନିଷ ଗୁଡ଼ିକୁ ନିଜ ହାତରେ ଛୁଇ ନିଜେ ସମସ୍ତ ଜିନିଷ ବ୍ୟବହାର କରି ତଦାରଖ ସହ ଅନେକ ବିଷୟ ବିଷୟ ଉପରେ ଉପସ୍ଥିତ ରେଳ ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଦେଖା ଯାଇଥିଲା। ପ୍ରାୟ ଦୁଇ ରୁ ତିନି ଘଣ୍ଟା ଷ୍ଟେସନ ପରିସରରେ ସମସ୍ତ ଜିନିଷ ତଦାରଖ କରିବା ପରେ ସାମ୍ବାଦିକ ମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ସଂଘର ସଭାପତି ସୁଭାଷ ଜୈନଙ୍କ ନେତୃତ୍ୱରେ ଏକ ଟିମ ଜିଏମ ଙ୍କୁ ସାକ୍ଷାତ କରି ଷ୍ଟେସନ ର ଅନେକ ଛୋଟ ରୁ ବଡ଼ ସମସ୍ୟା ଉପରେ ଏକ ଦାବୀ ପତ୍ର ପ୍ରଦାନ କରି ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଜିଏମ ଙ୍କ ସହିତ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ଡିଆରଏମ ସୁବାଷ ଚୌଧୁରୀ ଓ ଅନ୍ୟାନ୍ୟ ମାଳ ମାଳ ରେଳ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଜିଏମ ଙ୍କ ସମସ୍ତ ପ୍ରଶ୍ନ ର ଉତ୍ତର ଦେଉଥିଲେ ।

Leave a Reply

Your email address will not be published. Required fields are marked *