ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା 

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଥମେ ଦ୍ଵାର ଫିଟା, ସୂର୍ଯ୍ୟପୂଜା, ଦ୍ଵାର ପାଦପୂଜା, ମଙ୍ଗଳ ଆଳତୀ, ଭୋଗ ପରେ ବେଶ ମଙ୍ଗଳାର୍ପଣ ତା’ପରେ ଧାଡ଼ି ପହଣ୍ଡିରେ ଶ୍ରୀଜିଉ ସ୍ନାନବେଦୀକୁ ବିଜେ କରିଥିଲେ। ସେଥିରେ ପୂଜା ଓ ଜଳ ବିଶୁଦ୍ଧି କରିବାପରେ ସୁବାସିତ ଜଳ ଦ୍ଵାରା ସ୍ନାନ ନୀତି କରାଯାଇଥିଲା‌। ପରେ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ଗଜାନନ ବେଶ କରାଯାଇଥିଲା। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ମୁଖ୍ୟ ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରୱାଲ ଓ ସୁମିତ କୁମାର ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଶିର୍ବାଦ ମହାରାଜ ଏବଂ ତାଙ୍କ ସହଯୋଗୀ ବୃନ୍ଦ ନିତି ସମ୍ପଦନ କରିଥିଲେ। କର୍ତ୍ତା ଅମିତ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ପାୟଲ, ଆଦେଶ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ନୂତନ, ସୁରେଶ ଅଗ୍ରୱଲ ଓ ତାଙ୍କ ଧର୍ମପତ୍ନୀ ତୁଳସୀ, ଚନ୍ଦ୍ରମୋହନ ରୋହିଳା ଓ ତାଙ୍କ ଧର୍ମପତ୍ନୀ ମଞ୍ଜୁ ପ୍ରମୁଖ ଚତୁର୍ଦ୍ଧା ମୂରତିଙ୍କୁ ସୁଗନ୍ଧିତ ଜଳରେ ସ୍ନାନ କରାଇଥିଲେ। ଉପସ୍ଥିତ ଭକ୍ତ ବୃନ୍ଦ ମଧ୍ୟ ଶ୍ରୀ ଜୀଉ ମାନଙ୍କୁ ସ୍ନାନ କରାଇଥିବା ଦେଖିବାକୁ ମିଳିଥିଲା। ଆଜିର ଏହି ଦୁର୍ଲ୍ଲଭ ଗଜାନନ ବେଶ ଦେଖିବାକୁ ରୁପ୍ରାରୋଡ ବସ୍ତି ସମେତ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁମାନେ ସମବେତ ହୋଇଥିଲେ। ଜୟ ଜଗନ୍ନାଥ ଧ୍ୱନିରେ ରୁପ୍ରାରୋଡ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।

Leave a Reply

Your email address will not be published. Required fields are marked *