ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧିରି ସାହୁ) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଛୋକରବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଯୁକ୍ତା ପାଢ଼ୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅଥିତି ଭାବେ ବିବିନା ସରପଞ୍ଚ ପୁରୁଷୋତ୍ତମ କଳତା, ମୁଖବକ୍ତା କୃଷ୍ଣ ଚନ୍ଦ୍ର ପଧାନ, ସୁହାଗିନୀ ଗୁରୁ ଯୋଗ ଦେଇ ଥିଲେ। ପ୍ରଧାନ ଶିକ୍ଷୟତ୍ରୀ ସଭା ପରିଚାଲନା କରି ଥିଲେ। ଏହି ଅବସରରେ ଶିକ୍ଷୟତ୍ରୀ ଛାତ୍ରୀ ଛତ୍ରୀ ମାନଙ୍କୁ ସଂସ୍କାର ଶିଖିବା ସହ ସମାଜ ରେ ନିଜର ପ୍ରତିଷ୍ଠା କରି ଅଞ୍ଚଳ ପାଇଁ ଗୌରବ ଆଣିବା କୁ କହି ଥିଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ସିଆସିସି, ସରୋଜ ପଧାନ, ଜୟନ୍ତୀ ବାଗ,ସଫେତ ମଲ୍ଲିକ, ସର୍ଯ୍ୟ ଭୋଇ, ଦେବେନ୍ଦ୍ର କୁମାର ସୁନା, ସିଆରସିସି ଶେଷଦେବ ପଧାନ, ସହ ବିଦ୍ୟାଳୟ ଛାତ୍ର ଛତ୍ରୀ, ସ୍କୁଲ ପରିଚାଳନା କମିଟି, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜୟ କୁମାର ମଲ୍ଲିକ ଧନ୍ୟବାଦ ପ୍ରଦାନ କରି ଥିଲେ।

Leave a Reply

Your email address will not be published. Required fields are marked *