କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ଏନ୍ଏସିର ଆରଆଇ ଆକୁଳ ନାଏକ ଗତ ୩୦ ତାରିଖ ଦିନ ନିଜ ଚାକିରିରୁ ଅବସର ନେଇଛନ୍ତି। ତାଙ୍କର ଏନ୍ଏସି ର ଟ୍ୟାକ୍ସ ଆଦାୟ ଦାଇତ୍ୱ ଥିଲେ ମଧ୍ୟ ସହରକୁ ସଫା ସୁତୁରା ର ଦାଇତ୍ୱ ମଧ୍ୟ ନେଇଥିଲେ। ଏଥି ପାଇଁ କେସିଙ୍ଗା ଏନ୍ଏସି ପକ୍ଷରୁ ଅବସର କାଳୀନ ସମର୍ଦ୍ଧନା ସଭା ନଗରପାଲ ନୃପରାଜ ଯାଦବଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଯନ୍ତ୍ରୀ ନାରାୟଣ ମହାରଣା, ଶ୍ରୀନିବାସ ପଟ୍ଟନାୟକ, ଗଦାଧର ସିଂଦେଓ ଙ୍କ ସମେତ ସମସ୍ତ ୱାର୍ଡ କାଉନସିଲର ଓ ଅନ୍ୟାନ୍ୟ ଏନ୍ ଏ ସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।
