ମ. ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ, ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ୬୭ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ତଥା ରାଜ ପରିବାର ର ସଦସ୍ୟ ଭୁବନ ବିକ୍ରମ ସିଂହଦେଓ, ମୁଖ୍ୟ ବକ୍ତା ସାମ୍ବାଦିକ ହେମନ୍ତ ସାହୁ, ସମ୍ମାନୀତ ଅତିଥି ଶିକ୍ଷକ ଶେଷଦେବ ସାହୁ, ଶିକ୍ଷୟିତ୍ରୀ ଦିପ୍ତିମୟୀ ପରିଡା ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ର ଅତୀତ ଗାଥା କହିବା ସହିତ ଛାତ୍ର ଜୀବନ ର ଏକାଗ୍ରତା ସମ୍ପର୍କ ରେ କହିଥିଲେ। ଶିକ୍ଷକ ନୀତେଶ କୁମାର ମିଶ୍ର ମଞ୍ଚ ପରିଚାଳନା ଓ ଶିକ୍ଷକ ଜନ୍ମେଜୟ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
