ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : ଗୋଲାମୁଣ୍ଡା ବ୍ଲକର ରେଙ୍ଗସାପାଲି ପଞ୍ଚାୟତ ଅନ୍ତର୍ଗତ କର୍ପା ଗ୍ରାମରେ ବନ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହର୍ଷ ଟ୍ରଷ୍ଟ’ର ମିଳିତ ଉଦ୍ୟମରେ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରେଙ୍ଗସାପାଲି ସରପଞ୍ଚ ରଜନୀ ବୁଦ୍ଧିଆ କାର୍ଯ୍ୟକ୍ରମର ଉଦଘାଟନ କରିଥିବାବେଳେ ବନ ବିଭାଗର ଅଧିକାରୀମାନେ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ହର୍ଷ ଟ୍ରଷ୍ଟର ଟିମ୍ ଲିଡର ଘନଶ୍ୟାମ ବାରିକଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ବନ ସଂରକ୍ଷଣ ସମିତି, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହଯୋଗରେ ପ୍ରାୟ ୭୫୦ଟି ବୃକ୍ଷ ଚାରା ରୋପଣ ଏବଂ ୨୨୦୦ଟି ସିଡ୍-ବଲ୍ ବ୍ୟବହାର କରାଯାଇଥିଲା। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ଏଭଳି ମିଳିତ ପଦକ୍ଷେପ ପ୍ରଶଂସନୀୟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
