ମାଣିକେରାଠାରେ ସ୍ୱୟଂ ଚାଳିତ ପାଣିପାଗ କେନ୍ଦ୍ର ଉଦଘାଟିତ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ଏସ.ବି.ଆଇ ଫାଉଣ୍ଡେସନର ସହାୟତା ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମହାଶକ୍ତି ଫାଉଣ୍ଡେସନ ର ତତ୍ୱାବଧାନ ରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମାଣିକେରା ଗ୍ରାମ ଠାରେ ଏକ ସ୍ୱୟଂ ଚାଳିତ ପାଣିପାଗ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଣିକେରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଫଗନୁ ପାତ୍ର ଫିତା କାଟି ସ୍ୱୟଂ ଚାଳିତ ପାଣିପାଗ କେନ୍ଦ୍ର ର ଶୁଭ ଉଦଘାଟନ କରିଥିଲେ । ମହାଶକ୍ତି ଫାଉଣ୍ଡେସନ ର ବ୍ଲକ ସଂଯୋଜିକା କୁମାରୀ ଶ୍ଵେତା ଷଢଙ୍ଗୀ ଏହି ସ୍ୱୟଂ ଚାଳିତ ପାଣିପାଗ କେନ୍ଦ୍ର ଚାଷୀ ମାନଙ୍କ କୃଷି କାର୍ଯ୍ୟ କୁ ଆହୁରି ସୁରକ୍ଷିତ ଓ ଲାଭଦାୟକ କରିବା ସହିତ ଶ୍ରମିକ, ଶିକ୍ଷାର୍ଥୀ ତଥା ଗ୍ରାମବାସୀ ମାନଙ୍କୁ ସତର୍କ ସୂଚନା ପ୍ରଦାନ କରିପାରିବ ବୋଲି ପ୍ରକାଶ କରିଥିଲେ । ଏହା ୧୫ କିଲୋମିଟର ରେଞ୍ଜ ର ତାପମାତ୍ରା, ବାୟୁର ଆର୍ଦ୍ରତା, ବୃଷ୍ଟିପାତ ର ପରିମାଣ, ପବନର ବେଗ ଓ ଦିଗ, ସୌର ବିକିରଣ, ବାୟୁମଣ୍ଡଳୀୟ ଚାପ, ଅତିବାଇଗଣି ସୂଚକାଙ୍କ, କାକର ବିନ୍ଦୁ ଇତ୍ୟାଦି ପାଣିପାଗ ସମ୍ବନ୍ଧୀୟ ସୂଚନା ତଥା ୨୪ ଘଣ୍ଟିଆ ପୂର୍ବାନୁମାନର ସଠିକ ସୂଚନା ପ୍ରଦାନ କରିବାରେ ସକ୍ଷମ ଅଟେ। ପ୍ରତି ଗ୍ରାମରେ କିଛି ଯୁବକ (ପରିବେଶ ମିତ୍ର) ଏବଂ ଅଗ୍ରଣୀ ଚାଷୀ ଙ୍କୁ ନେଇ ହୁଆର୍ଟଆପ୍ ଗୃପ ଗଠନ କରାଯାଇଛି । ପ୍ରତିଦିନ ସେହି ଗୃପ କୁ ପାଣିପାଗ ସୂଚନା ପ୍ରଦାନ କରାଯିବା ସହିତ ଗ୍ରାମରେ ଏକ ପାଣିପାଗ ସୂଚନା କାନ୍ଥ ତିଆରି କରି ସେଠାରେ ଏହି ସବୁ ସୂଚନା ଏବଂ କିଛି କୃଷି ଉପଦେଶ ଉଲ୍ଲେଖ କରାଯିବା ର ବ୍ୟବସ୍ଥା କାରାଯାଇଛି। ଏହି ଉଦଘାଟନୀ ବୈଠକ ରେ ମଣିକେରା, ମୋହନଗିରି, ପାଜିକେରୀ, ଅରଶକୁପା, ପିପଲପଡା ଆଦି ଗ୍ରାମରୁ ପରିବେଶ ମିତ୍ର, ଅଗ୍ରଣୀ ଚାଷୀ, ସ୍ୱୟଂ ସହାୟକ ଦଳ ର ସଭ୍ୟା ତଥା ଗ୍ରାମବାସୀ ମାନେ ଯୋଗ ଦେଇଥିଲେ । ମହାଶକ୍ତି ଫାଉଣ୍ଡେସନ ର ପ୍ରକଳ୍ପ ସଂଯୋଜକ ସୀମାଞ୍ଚଳ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହିମାଂଶୁ ବେହେରା, ଭାରତୀ ଶର୍ମା, ଶୈରେନ୍ଦ୍ରୀ ସାହୁ ଆଦି ପରିଚାଳନା ରେ ସହଯୋଗ କରିଥିଲେ। ମଣିକେରା ରେ ସ୍ୱୟଂ ଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରିଥିବା ଯୋଗୁଁ ସରପଞ୍ଚ ଫଗନୁ ପାତ୍ର ଏସ.ବି.ଆଇ ଫାଉଣ୍ଡେସନ ଏବଂ ମହାଶକ୍ତି ଫାଉଣ୍ଡେସନ କୁ ପ୍ରଶଂସା କରିବା ସହିତ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *